March 19, 2026

ଶ୍ରୀ ହନୁମାନଜୀଉ ଦୟା ପରିଷଦ ର ୨୨ତମ ବାର୍ଷିକ ଉତ୍ସବ

IMG-20260318-WA0058
Share

 

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଶିଶୁଅନନ୍ତ ଆଶ୍ରମର ଅଧ୍ୟକ୍ଷ ପଦ୍ମଶ୍ରୀ ବାବା ବଳିଆ ଙ୍କ ମାର୍ଗଦର୍ଶନ ରେ ଦୀର୍ଘ ୨୨ ବର୍ଷ ହେବ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ଗ୍ରାମ ପଞ୍ଚାୟତ ଅଧୀନ ଭଂସର ଗ୍ରାମରେ ଦୀର୍ଘ ୨୨ ବର୍ଷ ହେବ ଶ୍ରୀ ହନୁମାନଜୀଉ ଦୟା ପରିଷଦ ଆନୁକୂଲ୍ୟରେ ଆୟୋଜିତ ହୋଇ ଆସୁଛି ଶ୍ରୀ ହନୁମାନଜୀ ଙ୍କ ତ୍ରୀଦିବସୀୟ ପାରାୟଣ ଓ ଯଜ୍ଞଉତ୍ସବ l ଚଳିତ ବର୍ଷ ପ୍ରଥମ ସନ୍ଧ୍ୟାରେ ଆୟୋଜିତ ପରାୟଣ ମଞ୍ଚରେ ମୁଖ୍ୟ ପରାୟଣ ପ୍ରବକ୍ତା ଭାବେ ଯୋଗଦେଇ ଥିଲେ, ପଦ୍ମଶ୍ରୀ ବାବା ବଳିଆ ଙ୍କ କୃପାପାତ୍ର ଶିଷ୍ୟ ତଥା ଇଣ୍ଟରନେସନାଲ ଗୀତା ମିଶନ ର ଅଧ୍ୟକ୍ଷ ଡ. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ l ଉପସ୍ଥିତ ଶ୍ରଦ୍ଧାଳୁ ଙ୍କୁ ଆଧ୍ୟାତ୍ମିକ ବାଣୀ ପ୍ରଦାନ କରି କହିଲେ ଯେ, ଆମ୍ଭେମାନେ ଅନେକ ପୋଥି ଭାଗବତ, ପୋଥି ରାମାୟଣ ପଢିଲେ ଆଉ ଶୁଣିଲେ, ଏଣିକି ଜୀଵନ ଭାଗବତ ଆଉ ଜୀଵନ ରାମାୟଣ ପଢ଼ି,ବୁଝି ସମୀକ୍ଷା କରିବାର ସମୟ ଆସି ପହଞ୍ଚିଛି l ଶାସ୍ତ୍ର ରୁ ପଢିଥିବା, ଶୁଣିଥିବା ଅନେକ କଥା ମଧ୍ୟରୁ ଅଳ୍ପ କିଛି ଜୀବନଯାତ୍ରା ସହ ଯୋଡି ପାରିଲେ ପ୍ରତିଟି ମଣିଷ ଶାନ୍ତି ଓ ସନ୍ତୋଷ ଲାଭ କରି ପାରିବ l ଅପରାହ୍ନ ରେ ଯଜ୍ଞ କାର୍ଯ୍ୟ ଚାଲିଥିବା ବେଳେ ସନ୍ଧ୍ୟାରେ ଡ. ବ୍ରହ୍ମଚାରୀ, ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପ୍ରବଚନ ମଞ୍ଚର ଉଦଘାଟନ କରିଥିଲେ । ଅଭୟ କୁମାର ଦାଶ (ବୁଲୁନନା )ମଞ୍ଚ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚ ମଣ୍ଡନ କରିଥିଲେ, ଦୟା ପରିଷଦ ର ସଭାପତି ବିଜୟ କୁମାର ସିଂହ, ସମ୍ପାଦକ ନାରାୟଣ ଚନ୍ଦ୍ର ଦାଶ, ବରିଷ୍ଠ ଉପଦେଷ୍ଟା ଗୋପୀନାଥ ଦାଶ ଏବଂ ସଭ୍ୟ ବିଜୟ କୁମାର ରାଉତରାୟ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଙ୍କୁ ଅନୁଷ୍ଠାନ ତରଫରୁ “ସନ୍ଥ ଶ୍ରୀ” ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଦିତ କରାଯାଇ ଥିଲା l ସହସ୍ରାଧିକ ଶ୍ରଦ୍ଧାଳୁ ବ୍ୟକ୍ତି ପ୍ରବଚନ ଶ୍ରବଣ କରି କୃପା ପ୍ରାପ୍ତ ହୋଇଥିବାର ଦେଖିବାକୁ ମିଳିଥିଲା l

You may have missed