April 28, 2026

ସାମ୍ବାଦିକ ଙ୍କ ଧାରଣା: ଏସ ଡି ପି ଓ ଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

IMG-20260318-WA0048
Share

 

ନୀଳଗିରି ( ଦେବାଶିଷ ଦାଶ )

 

ନ୍ୟାୟ ଦାବୀ ରେ ସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାନ୍ତି,ନୀଳଗିରି ଥାନା ସମ୍ମୁଖ ରେ ଆଜି ସକାଳ ଘ ୯.୩୦ ମିନିଟ ସମୟରେ ଧାରଣା ରେ ବସିଥିଲେ।ଏସ ଡି ପି ଓ ଙ୍କ ହସ୍ତକ୍ଷେପ ଓ ପ୍ରତିଶ୍ରୁତି

ପରେ ଶ୍ରୀ ମହାନ୍ତି ଧାରଣା ରୁ ଓହରି ଥିବା ଦେଖା ଯାଇଛି।ସୂଚନା ରୁ ଜଣାଯାଇଛି,କିଛି ଦିନ ପୂର୍ବରୁ କହାଳିଆ ଗାଁ ରେ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ସମୟ ରେ,ଶ୍ରୀ ମହାନ୍ତି ଫଟୋ ଉତ୍ତୋଳନ କରୁଥିଲେ।ସେହି ସମୟରେ ୩ ଜଣ ଯୁବକ ତାଙ୍କୁ ଆକ୍ରମଣ କରି ,ତାଙ୍କ ମୋବାଇଲ ନେଇ ଯିବା ସହିତ ଛାତି ରେ ବିଧା ମାରିବାରୁ,ସେ ଘଟଣା ସ୍ଥଳ ରେ ତଳେ ଅଚେତ ହୋଇ ପଡ଼ି

ଯାଇଥିଲେ।ଖବର ପାଇ,୧୧୨ ପୋଲିସ ଗାଡି ତାଙ୍କୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରି ଥିଲେ।ଅବସ୍ଥା ଅଧିକ ଗୁରୁତର ହେବା ରୁ ତାଙ୍କୁ

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଥିଲା।ସେଠାରୁ ସେ ସୁସ୍ଥ ହୋଇ ଫେରିବା ପରେ ନୀଳଗିରି ଥାନା ରେ ଏକ ଲିଖିତ ଏତଲା ଦେଇ ଥିଲେ।ଏଠାରେ ସୂଚନା ଯୋଗ୍ୟ,ଘଟଣା ଘଟିବା ଦିନ ,ତାଙ୍କ ପୁତ୍ର ମଧ୍ୟ ଏକ ଲିଖିତ ଏତଲା ଥାନାରେ ଦେଇଥିଲେ।ତେବେ ଉକ୍ତ ଘଟଣା କୁ ୧୫ ଦିନ ରୁ ଉର୍ଦ୍ଧ୍ବ ହୋଇ ଥିଲେ ମଧ୍ୟ,ଶ୍ରୀ ମହାନ୍ତି ତାଙ୍କ ମୋବାଇଲ ଫେରି ପାଇ ନାହାଁନ୍ତି କିମ୍ବା ଅଭିଯୁକ୍ତ ଙ୍କ ଉପରେ ସେମିତି କିଛି ଆଖି ଦୃଷିଆ ପଦକ୍ଷେପ ନିଆ ଯାଇ ନ ଥିବା ପ୍ରତିବାଦ ରେ, ପୂର୍ବ ସୂଚନା ମତେ ପ୍ରଫୁଲ୍ଲ ମହାନ୍ତି ଧାରଣା ରେ ବସିଥିଲେ।ତାଙ୍କ ସହିତ ସାମ୍ବାଦିକ ରାମ ଚନ୍ଦ୍ର ମହଲ, ଧୀରେନ୍ଦ୍ର ନାୟକ,ଉତ୍କଳ ସାମ୍ବାଦିକ ସଂଘ ବାଲେଶ୍ଵର ଜିଲ୍ଲା ସଭାପତି ଲୋକନାଥ ଦଳେଇ,ବ୍ରଜକିଶୋର ପାଣି,କିରଣଜୀତ ବିଶ୍ଵାଳ,ଜଗନ୍ନାଥ ଦାସ, ସତ୍ୟରଞ୍ଜନ ମଲ୍ଲିକ,ଅତୁଲ ସ ଙ୍କ ସମେତ ବହୁ ମୁଦ୍ରିତ ଗଣ ମାଧ୍ୟମ ଓ ବୈଦ୍ୟୁତିକ

ଗଣମାଧ୍ୟମ ର ପ୍ରତିନିଧି ସେଠାରେ ତାଙ୍କୁ ସମର୍ଥନ କରି ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୁରେନ୍ଦ୍ର ନାଥ ସ,କିଷାନ କଂଗ୍ରେସ ର ରାଜ୍ୟ ଉପ ସଭାପତି,ଯଶୋଦା ନନ୍ଦନ ସିଂହ ବହୁ ସାଧାରଣ ଲୋକ ଧାରଣା ସ୍ଥଳ ରେ ଉପସ୍ଥିତ ଥିଲେ।ଶେଷ ରେ ଏସ ଡି ପି ଓ ପ୍ରମୋଦ କୁମାର ମଲ୍ଲିକ(ଓ ପି ଏସ), ଆଇ ଆଇ ସି, ଗୋବର୍ଦ୍ଧନ ନାୟକ ଙ୍କ ଉପସ୍ଥିତି ରେ ନ୍ୟାୟ ନିଶ୍ଚିତ ମିଳିବାର ପ୍ରତିଶ୍ରୁତି ପାଇବା ପରେ ଶ୍ରୀ ମହାନ୍ତି ଧାରଣା ରୁ ଓହରି ଯାଇଥିବା ଜଣା ଯାଇଛି।