March 10, 2026

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର……….

0987665t
Share

 

ଉମରକୋଟ – କାଜୁ ବଗିଚାରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ଉମରକୋଟ ପୋଲିସ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଖାଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାନ କୁମାରୀ ଗ୍ରାମରେ। ମୃତ ଯୁବକ ଜଣକ ହେଲେ ସାନ କୁମାରୀ ଗ୍ରାମର ମହେନ୍ଦ୍ର ନାୟକ।(୧୯)। ମିଳିଥିବା ସୂଚନା ଅନୁସାରେ ଗାଁ ର ସଦନ ଭତରା ଓ ମହେନ୍ଦ୍ର ଦୁହେଁ ମିଶି ଗତ କାଲି ସଂଧ୍ୟା ମଦନ ଭତରା ଘରକୁ ଯାଇଥିଲେ।ଏହାପର ଠାରୁ ମହେନ୍ଦ୍ର ଆଉ ଘରକୁ ଫେରି ନଥିଲେ। ରାତିସାରା ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ମହେନ୍ଦ୍ର ଙ୍କ କୌଣସି ପତ୍ତା ମଳି ନଥିଲା। ଆଜି ଅପରାହ୍ନ 2 ଟା ସମୟ ରେ ଗାଁ ନିକଟରେ ଥିବା କାଜୁ ବଗିଚାରେ ମହେନ୍ଦ୍ର ଙ୍କ ଝୁଲନ୍ତା ଶବ ଗ୍ରାମ ବାସି ଦେଖିବାକୁ ପାଇଥିଲେ। ମହେନ୍ଦ୍ର କାଜୁ ଗଛରେ ଗାମୁଛା ବାନ୍ଧି ଝୁଲି ପଡିଛି।ଏହା ଦେଖି ଗ୍ରାମବାସୀ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏନେଇ ମହେନ୍ଦ୍ର ଙ୍କ ବାପା ମହେଶ୍ବର ନାୟକ (୫୫) ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିର୍ତ୍ତି କରି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ଏସଆଇ ସୌମେନ୍ଦ୍ର ସେଠ ଓ ଅକ୍ଷୟ ମିଶ୍ର ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ସଂଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)