March 10, 2026

ଉମରକୋଟ ଓକିଲ ସଙ୍ଘ ନିର୍ବାଚନ……….

choc
Share

 

 

ଉମରକୋଟ:-୭ ମ ଥର ପାଇଁ ସଭାପତି ଭାବେ ପ୍ରଶାନ୍ତ ନିର୍ବାଚିତ , ସମ୍ପାଦକ ଭାବେ ରାମକୃଷ୍ଣ ନିର୍ଦ୍ୱନ୍ଦ ରେ ନିର୍ବାଚିତ
ଉମରକୋଟ -ଉମରକୋଟ ଓକିଲ ସଂଘ ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ 12 ତାରିଖ ଦିନ ସଂଘ ର ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ସଭାପତି ନିମନ୍ତେ ପ୍ରଶାନ୍ତ କୁମାର ସାହୁ, ଉପ ସଭାପତି ନିମନ୍ତେ ପ୍ରଦୀପ ପଟନାୟକ, ସମ୍ପାଦକ ନିମନ୍ତେ ରାମ ନାୟକ, ସହ ସମ୍ପାଦକ ନିମନ୍ତେ ସଞ୍ଜୟ ବିଷୋୟୀ ଓ କୋଷାଧକ୍ଷ ନିମନ୍ତେ ଯୋଗେନ୍ଦ୍ର ମାଝୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ସମସ୍ତ ପଦବୀ ନିମନ୍ତେ କେବଳ ଗୋଟିଏ ଲେଖାଏ ନାମାଙ୍କନ ପତ୍ର ଦାଖଲ ହୋଇଥିଲା।ଗୋଟିଏ ପଦବୀ ପାଇଁ କେବଳ ନାମାଙ୍କନ ପତ୍ର ଦାଖଲ ହୋଇଥିବାରୁ ଏହି ସମସ୍ତ ସଦସ୍ୟ ନିର୍ଦ୍ୱନ୍ଦ ରେ ବିଜୟୀ ହୋଇଛନ୍ତି। ଆଜି ଏହାର ଫଳ। ଫଳ ଘୋଷଣା କରାଯାଇଛି। ସଭାପତି ପ୍ରଶାନ୍ତ କୁମାର ସାହୁ ନିଜ ପ୍ରତିକ୍ରିୟାରେ ରେ କହିଛନ୍ତି ସେ ସଙ୍ଘ ଓ ସଦସ୍ୟ ଙ୍କ ସେବାରେ ନିୟୋଜିତ କରିବି ବୋଲି ସଭାପତି ଶ୍ରୀ ସାହୁ କହିଛନ୍ତି। ନିର୍ବାଚନ ଅଧିକରୀ ଭାବେ ଆଇନଜୀବି ମୋନଜ କୁମାର ମହାପାତ୍ର କାର୍ଯ୍ୟ ତୁଲାଇ ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)