March 10, 2026

ନିର୍ବାଚନ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ, ସ୍ଥାନୀୟ ପ୍ରଶାସନ ହଟାଇଲା ହୋଡ଼ିଂ ….

bdo
Share

ମୋହନା, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏଥିପାଇଁ ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ପୋଷ୍ଟର ଏବଂ ହୋଡିଂ ଗୁଡ଼ିକୁ ହଟାଇଛି ସ୍ଥାନୀୟ ପ୍ରଶାସନ l ବିଭିନ୍ନ ସରକାରୀ କାର୍ଯ୍ୟାଳୟ ,ରାସ୍ତା ଘାଟରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂମ୍ପର୍କରେ ଲାଗିଥିବା ପୋଷ୍ଟର ଗୁଡ଼ିକୁ କାଢି ଦିଆଯାଇଛି l ଏଥି ସହ ବିଭିନ୍ନ ପଞ୍ଚାୟତ ଗୁଡିକରେ ମଧ୍ୟ ଏହି ପଦକ୍ଷେପ ନେଇଛି ପ୍ରଶାସନ l ମୋହନା ବିଡ଼ିଓ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ, ସହକାରୀ ଯନ୍ତ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞାଜିତ ପାଢ଼ୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ପୋଲିସ ପ୍ରଶାସନ ମିଳିତ ଭାବେ ଏହି ପୋଷ୍ଟର ଗୁଡ଼ିକୁ ବାହାର କରିଥିବା ଦେଖିବାକୁ ମିଳିଛି।