ଖବର ଆଜିର
ତାରିଖ ୧୮/୦୨/୨୦୨୩ ଶନିବାର ।
୧-ବଲାଙ୍ଗୀର ସହର ବ୍ରାହ୍ମଣପଡ଼ାରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ବେଦୀରେ ବସି ବୈଦିକ ରୀତିରେ ବିବାହ କରିବା ପରେ ନବବଧୂ ପ୍ରେମିକ ସହ ଚମ୍ପଟ ମାରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
୨-ଆଜି ଶନିବାର ମହାଶିବରାତ୍ରି। ଶ୍ରଦ୍ଧାଳୁମାନେ ପାଳନ କରିବେ ପବିତ୍ର ଜାଗର ବ୍ରତ। ରାଜ୍ୟର ପ୍ରାୟ ସବୁ ପ୍ରସିଦ୍ଧ ଶିବ ମନ୍ଦିରରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବ।
୩-ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୬ ତମ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରୁ ଆଇପିଏଲ ଆରମ୍ଭ ହେବ। ଆଇପିଏଲ୍-୨୦୨୩ ର ପ୍ରଥମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ।
୪-ପୃଥ୍ଵୀ ସ’ଙ୍କୁ ଆକ୍ରମଣ ଘଟଣା: ଫେବ୍ରୁଆରି ୨୦ଯାଏ ପୁଲିସ କଷ୍ଟଡିକୁ ଗଲେ ୟୁଟ୍ୟୁବର୍ ସପ୍ନା ଗିଲ।
୫-ଅଙ୍ଗ ଦାନ ଏବଂ ପ୍ରତ୍ୟାରୋପଣ ପାଇଁ ଲାଗୁ ହେବ ‘ୱାନ୍ ନେସନ୍, ୱାନ୍ ପଲିସି’, ହଟିବ ବୟସ କଟକଣା ।
୬-ପାକିସ୍ତାନର କରାଚିରେ ଥିବା ପୁଲିସ ମୁଖ୍ୟାଳୟ ଉପରେ ଶୁକ୍ରବାର ସଂଧ୍ୟାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସଂଖ୍ୟା ୮ରୁ ୧୦ ବୋଲି କୁହାଯାଉଛି । ଏହି ଘଟଣାରେ କେତେ ଲୋକ ମୃତ୍ୟୁବରଣ କରିଛନ୍ତି ସେ ସଂପର୍କରେ ତଥ୍ୟ ମିଳିପାରିନାହିଁ ।
୭-ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଉଦ୍ଧବଙ୍କ ଟିମ୍ର ସମାଲୋଚନା: ପ୍ରବକ୍ତା କହିଲେ, ଇସି ବିଜେପି ଏଜେଣ୍ଟ ଭଳି କାମ କରୁଛି ।
୮-ନକଲି ଔଷଧର ଆନ୍ତଃରାଜ୍ୟ ସମ୍ପୃକ୍ତି ସୂଚନା; ତଦନ୍ତ ପାଇଁ ବାରଣାସୀ ଯିବାକୁ ସ୍ୱତନ୍ତ୍ର ତଦନ୍ତକାରି ଦଳ ଗଠନ କଲା ବିଭାଗ ।
୯-ଛାତ୍ରଙ୍କ ପାଇଁ ବିପଦ ଆଣିଦେଲା ରିଲ୍ସ ନିଶା । ନବରଙ୍ଗପୁର ରାଇଘରରେ ବିପଦଜ୍ଜନକ ଭିଡିଓ ରେକଡିଂ ବେଳେ ଜଣେ ଗୁରୁତର । ୭ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଟିସି ।
୧୦-ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଦିନରେ ୨୬୩ ରନ କରି ଭ୍ରମଣକାରୀ ଦଳ ଅଲଆଉଟ୍, ପିଟର ହାଣ୍ଡସକମ୍ବ ଓ ପାଟ କମିନ୍ସଙ୍କ ଲଢୁଆ ବ୍ୟାଟିଂ ।
୧୧-ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣ ଛାତ୍ରଙ୍କ ଆକ୍ରମଣ ପ୍ରସଙ୍ଗ, ରାଜ୍ୟ ମାନବାଧିକାରକୁ ଗଲା ମାମଲା ।
୧୨-ମଞ୍ଚରେ ବସିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ଓ ସଚିବ । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପିଏମଶ୍ରୀ ସ୍କୁଲ ପାଇଁ ଏମଓୟୁ କରୁନି ରାଜ୍ୟ ।
୧୩-ତୁର୍କୀରୁ ଫେରିଲେ ଏନଡିଆରଏଫ ବୀର, ଦେଶରେ ହେଲା ଜୋରଦାର ସ୍ୱାଗତ ।
୧୪-ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା : ଶିବସେନା ନାମ ଓ ଚିହ୍ନ ସିନ୍ଦେ ଗୋଷ୍ଠୀଙ୍କ ପାଖକୁ ଗଲା ।
୧୫-ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉପରେ ପୂର୍ଣ୍ଣଚ୍ଛେଦ ଟାଣିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । କହିଲେ, ଆଗାମୀ ଦିନରେ କୌଣସି ରାଜ୍ୟକୁ ମିଳିବନି ସ୍ପେଶାଲ୍ ଷ୍ଟାଟସ୍ ।
୧୬-ସୁପ୍ରିମ୍କୋର୍ଟରେ ଆପ୍ର ବଡ଼ ବିଜୟ, ମନୋନୀତ ସଦସ୍ୟ ମେୟର ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ।
୧୭-ଆଦାନୀ-ହିଣ୍ଡନ ବର୍ଗ ମାମଲା: ବନ୍ଦ ଲଫାପାରେ କେନ୍ଦ୍ର ସରକାରଙ୍କ ସୁପାରିଶ ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ ।
୧୮-ବିବିସିକୁ ବ୍ରିଟିସ ସାଂସଦଙ୍କ ଭର୍ତ୍ସନା: ଡକୁମେଣ୍ଟାରି ଏକ ଷଡ଼୍ଯନ୍ତ୍ର, ବ୍ରିଟେନ୍ ସରକାରଙ୍କ ଆଭିମୁଖ୍ୟ ନୁହେଁ ।
୧୯-୩ କୋଟି ଲୋକଙ୍କୁ ଘର, ଡିବିଟିରେ ୨୮ ଲକ୍ଷ କୋଟି ସ୍ଥାନାନ୍ତର: ମୋଦୀ ।
୨୦-ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ ବୋମା ଆତଙ୍କ, ସୁରକ୍ଷା କଡ଼ାକଡ଼ି ।
୨୧-ଭୂକମ୍ପର ୧୧ ଦିନ ପରେ ସଫଳ ଉଦ୍ଧାର: ୧୪ ବର୍ଷୀୟ ବାଳକଙ୍କ ସହ ୩ ଜୀବିତ ଉଦ୍ଧାର ।
୨୨-ତୁର୍କୀ ଗସ୍ତ କରି ଟ୍ରୋଲ୍ ହେଲେ ପାକ୍ ପ୍ରଧାନମନ୍ତ୍ରୀ, ଲୋକେ ପଚାରିଲେ ଏତେ ଖର୍ଚ୍ଚର କ’ଣ ଥିଲା ଆବଶ୍ୟକତା ।
୨୩-ଏୟାରଟେଲ ପକ୍ଷରୁ ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଓ ବରଗଡରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ କରାଯାଇଛି ।
ସୁପ୍ରଭାତ ,ଶୁଭ ସକାଳ ।