ଉପାନ୍ତ ଖବର ର ପଞ୍ଚମ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି ..

ଆଜି ବ୍ରହ୍ମପୁର ସହୀଦ ଲକ୍ଷ୍ମଣ ନାୟକ ଅଡିଟୋରିଅମ ସଭାଗୃହ ରେ ଉପାନ୍ତ ଖବର ପାକ୍ଷିକ ପତ୍ରିକା ଏବଂ ୱେବ ଚାନେଲ ର ପଞ୍ଚମ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ପତ୍ରିକା ର ସମ୍ପାଦକ ଗଣେଶ ବିଶୋଇଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସମ୍ମାନିତ ଅତିଥିଭାବେ ଉପାନ୍ତ ଖବର ପରିଚାଳନା ନିର୍ଦେଶକ ମନୋଜ କୁମାର ସାହୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଅଖିଳ ଭାରତୀୟ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମୀୟ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବି ରଥ, ମୋହନା ବ୍ଲକ ଉନ୍ନୟନ ଅଧିକାରୀ ରାଜୀବ ଦାସ, ଗଜପତି ପୂର୍ବତନ ବିଜେଡି ସଭାପତି ଜଗବନ୍ଧୁ ଦାଶ, ଜଳସେଚନ ବିଭାଗ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ନଗେନ୍ଦ୍ରନାଥ ମହାରଣା, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ବିଶିଷ୍ଟ ପରିବେଷବିତ ତଥା ସମାଜସେବୀ ଶୋଭାକର ବେହେରା l ମୋହନା ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ ମଲ୍ଲିକ,ଉପାନ୍ତ ଖବରର ଉପଦେଷ୍ଟା ଲମ୍ବୋଦର ସାହୁ, ବିଶିଷ୍ଟ ସମାଜସେବୀ ଓ ସାମ୍ବାଦିକ ପରମେଶ୍ୱର ଦାଶ, ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ, ସମାଜସେବୀ ତଥା ଶିଳ୍ପପତି ଦୀପକ କୁମାର ଜେନା, ସମାଜସେବୀ ତଥା ମୋହନା ଛାତ୍ରନେତା ଦଣ୍ଡାସି ସାହୁ ଓ ଓଡିଶୀ ନୃତ୍ୟଶିଳ୍ପୀ ଶୁଭଶ୍ରୀ ସାବତ ମଞ୍ଚାସିନ ହୋଇ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଗତକାଲି ମୃତ୍ୟୁବରଣ କରିଥିବା ରାୟଗଡା ସାମ୍ବାଦିକ ଆଶୁତୋଷ ପଟ୍ଟନାୟକଙ୍କ ନିମନ୍ତେ ଏକମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ସମସ୍ତ ଅତିଥିମାନେ ନିଜ ନିଜର ଅଭିଭାଷଣ ରେ ପ୍ରକାଶ କରିଥିଲେ ଯେ ଯେତେବି ପୁରୁଣା ଖବର କାଗଜ ହେଉ କି ଇଲେକ୍ଟ୍ରୋନିକ୍ସ ମିଡ଼ିଆ ହେଉ ବନ୍ଦ ହେବାକୁ ଯାଉଥିବା ବେଳେ ଉପାନ୍ତ ଖବର ମାତ୍ର ପାଞ୍ଚବର୍ଷର ଶିଶୁଟିଏ ହୋଇ ଆଗକୁ ବଢ଼ିବାରେ ଚାଲିଛି ତେଣୁ ଉପାନ୍ତ ଖବର ଆଗକୁ ବଢ଼ିବାରେ ପୂର୍ଣ୍ଣ ସହଯୋଗ କରିବୁ l ପରେପରେ ଉପାନ୍ତ ଖବରର ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯିବା ସହିତ ପୁରୀ ସାମ୍ବାଦିକ ରମେଶ ସାହୁଙ୍କର ହୃଦରୋଗ ଚିକିତ୍ସା ଚାଲିଥିବାରୁ ତାଙ୍କୁ ଚାନେଲ ପକ୍ଷରୁ ଆର୍ଥିକରାଶି ପ୍ରଦାନ ସହିତ ସମ୍ମାନିତ କରାଯାଇଥିଲା l ଏହାପରେ ଓଡିଶା ର ବିଶିଷ୍ଟ ସାମ୍ବାଦିକ, ସମାଜସେବୀ, ଗାଳ୍ପିକ, ଲେଖକ, କବି ଓ ନୃତ୍ୟଶିଳ୍ପୀ ମାନଙ୍କୁ ସମ୍ମାନିତ କରାଯାଇଥିଲା l ପରେପରେ ଉପାନ୍ତ ଖବର ର ପାକ୍ଷିକ ପତ୍ରିକାର ଉନ୍ମୋଚନ ସହିତ ପଞ୍ଚମ ବାର୍ଷିକ ପୂର୍ତ୍ତି ପାଳନ ନିମନ୍ତେ କେକ୍ କଟାଯାଇଥିଲା l ସର୍ବଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ପ୍ରୀତିଭୋଜନ ର ଆୟୋଜନ କରାଯାଇଥିଲା l ସମସ୍ତେ ପ୍ରୀତି ଭୋଜନ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ l
*Lanjigarh ru Purundar Dandasena ଙ୍କ ରିପୋର୍ଟ News Upanta Khabar*
