ସେଣ୍ଟ ଜାଭିୟର୍ସ ପବ୍ଲିକସ୍କୁଲ ର ବାର୍ଷିକ ଉତ୍ସବ
ତିର୍ତ୍ତୋଲ ତା 18/1/2026 ତିର୍ତ୍ତୋଲ ବ୍ଲକ, ମୂଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକସ୍କୁଲ ର ବାର୍ଷିକ ଉତ୍ସବ ଗତ ରବିବାରଦିନ ବିଦ୍ୟାଳୟ ର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ସଭାରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ମୁଖ୍ୟଅତିଥି ଭାବେ ଯୋଗଦେଇ, ପ୍ରାଚୀନଭାରତ ର ଗୁରୁକୁଳ ଆଶ୍ରମ ଶିକ୍ଷା ସହିତ ଅତ୍ୟାଧୁନିକ ଜ୍ଞ୍l ନ କୌଶଳ ମିଳିତ କରାଇ, ନୂତନ ଶିକ୍ଷାନିତି ର ପ୍ରଚଳନ କରାଗଲେ ଆମର ପିଲାମାନେ ସଂସ୍କାରିତ ହେବା ସଙ୍ଗେ ସଙ୍ଗେ ଆତ୍ମନିଯୁକ୍ତି ଲାଭ କରିପାରିବେ ବୋଲି ଆହ୍ୱାନ ଦେଇଥିଲେ l ସମ୍ମାନିତ ଅତିଥି ପ୍ରାକ୍ତନ ଅଧ୍ୟାପକ ଶାନ୍ତନୁ କୁମାର ଦାସ, ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ l ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ସ୍ୱାଗତଭାଷଣ ଦେଇଥିବାବେଳେ ମୁଖ୍ୟବକ୍ତା ସ୍ତମ୍ଭକାର ତଥା ପ୍ରାକ୍ତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ପିଲାମାନଙ୍କୁ ଭଲମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ l ଯୁବସଙ୍ଗୀତ ନିର୍ଦ୍ଦେଶକ ମହେଶ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସା ପତ୍ର, ଶୀଲ କପ ଆଦି ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇ ଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ସୁଦେଷ୍ଣା ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ମିନତୀ ଦାସ, ପ୍ରିୟଙ୍କା ସେଠି , ସନ୍ଧ୍ୟାରାଣୀ ସାସମଲ, ଓ ଜସ୍ମିନୀ ବେହେରା ପ୍ରମ୍ମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ସଙ୍ଗୀତଶିକ୍ଷକ ଙ୍କ ନିର୍ଦ୍ଦେଶନା ରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଶିତ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତ ଅବିଭାବକ ଓ ଜନସାଧାରଣ ଙ୍କ ମନୋରଞ୍ଜନ କରିଥିଲା l ଶେଷରେ ଶିକ୍ଷକ ଅଶୋକ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
