March 7, 2026

ମୋହନା ବ୍ଲକ ଅଞ୍ଚଳରେ ଅଧ୍ୟୟନ ଛାତ୍ର ଛାତ୍ରୀ ଙ୍କ ସମେତ ଅଭିଭାବକ ବୁଲିଲେ ଦର୍ଶନୀୟ ସ୍ଥାନ

WhatsApp Image 2023-01-18 at 18.26.45
Share

ଗଜପତି ଜିଲ୍ଲା ମୋହନା ବ୍ଲକ ଅଂଚଳରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ଏବଂ ତାଙ୍କ ଅଭିଭାବକଙ୍କୁ ଆଜି ସ୍ଥାନୀୟ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅବସ୍ଥିତ ବିଆରର୍ଟି ସୁମନ୍ତ ପ୍ରଧାନ ଏବଂ ତାଙ୍କ ସହଯୋଗୀ ପ୍ରକାଶ କୁମାର ସାହୁ ଦୁହେଁ ବିଭାଗର ନିର୍ଦେଶ ପ୍ରକାରେ ଅଞ୍ଚଳରେ ଥିବା ଦର୍ଶନୀୟ ସ୍ଥାନ ହରଭଙ୍ଗୀ ଜଳ ସେଚନ ବିଭାଗର ଡ୍ୟାମ ପରିଦର୍ଶନ କରାଇଛନ୍ତି।ଏହି ପରିଦର୍ଶନ ସମୟରେ ଗୋଷ୍ଟି ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ର ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ କୁନା ପାତ୍ର ଉପସ୍ଥିତ ରହି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଦର୍ଶନ କରାଇଥିଲେ।ଏହି ପରିଦର୍ଶନ କରିବା ସମୟରେ ପୋଇପାଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଣା କର ରାଇକା ଙ୍କ ସମେତ ସେହି ବିଦ୍ୟାଳୟ ର ଶିକ୍ଷକ ମାନେ ସହଯୋଗ କରିଥିଲେ।ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କୁ ବୁଝାଇବା ପାଇଁ ସମସ୍ତ କର୍ମଚାରୀ ଙ୍କ ସମେତ ବିଭାଗୀୟ ସି ଆର ସି ସି ମାନେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ହୋଇଥିବାରୁ ଗୋଷ୍ଟି ଶିକ୍ଷାଧିକାରୀ ଦେବଦାସ ତାମରାପୁ ସମସ୍ତ କର୍ମଚାରୀ ଙ୍କ ସହ ଛାତ୍ର ଛାତ୍ରୀ ଏବଂ ତାଙ୍କ ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।