March 7, 2026

ଓଡିଶା ସୁଚନା ଅଧିକାର ଅଭିଯାନ(ଓସା) ର କାର୍ଯ୍ୟ କାରିଣୀ ବୈଠକ

WhatsApp Image 2023-01-18 at 18.13.19
Share

 

ଓଡିଶା ସୂଚନା ଅଧିକାର ଅଭିଯାନ(ଓସା)ର କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଅଭିଯାନର ଜିଲ୍ଲା ଆବାହକ ପ୍ରତାପ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓସାର ରାଜ୍ୟ ଆବାହକ ସଂଯୁକ୍ତା ପାଣିଗ୍ରାହୀ, ଜିଲ୍ଲା ଉପଦେଷ୍ଟା ଅମର ବିଶ୍ୱାଳ, କେନ୍ଦ୍ରାପଡା ବ୍ଲକ ଦାୟୀତ୍ୱରେ ଥିବା ହିମାଂଶୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରୁ ଶତାଧିକ ସୂଚନା ଅଧିକାର କର୍ମୀ ଯୋଗଦେଇ ସୂଚନା ଅଧିକାର ଆଇନ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିବା ବେଳେ ସୂଚନା ଅଧିକାର ଆଇନକୁ ଧ୍ୱଂସ କରିବାକୁ ମୋଦି ସରକାର କରିବାକୁ ଯାଉଥିବା ଡିଜିଟାଲ ଡାଟା ପ୍ରୋଟେକ୍ସନ ବିଲ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଶେଷରେ ବିଭିନ୍ନ ବ୍ଲକ ମାନଙ୍କରେ କିଭଳି ଅଧିକରୁ ଅଧିକ ସାଧାରଣ ଲୋକ ଏହି ଆଇନ ବ୍ୟବହାର କରି ନିଜ ହକ ହାସଲ ସହ ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖିବେ । ଅଭିଯାନର ସଦସ୍ୟ ସଂଖ୍ୟା ବୃଦ୍ଧି ଆଉ ସାଂଗଠନିକ ଦୃଢତା ପାଇଁ ଆଳି ବ୍ଲକ ଦାୟୀତ୍ୱ ଗ୍ରହଣ କରିଥିଲେ ।।
କେନ୍ଦ୍ରାପଡ଼ା ରୁ ଗୋକୁଳ ଆଚାର୍ଯ୍ୟ।।