November 22, 2024
Share

ତାରିଖ ୧୮/୦୧/୨୦୨୩ ବୁଧବାର ।

୧-ରାଜଧାନୀରେ ୨ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ୨ ପଟିଆ ରେଳ ଓଭର ବ୍ରିଜ୍‌ ଉପରେ ଏପରି ଲୋମହର୍ଷଣକାରୀ ଅଘଟଣ ହୋଇଥିବା ଜଣାପଡ଼ିଛି। ଚାଇଲ୍ଡ ଲାଇନ୍‌ ସହାୟତାରେ ପୀଡ଼ିତା ନାବାଳିକାଙ୍କ ପରିବାର ଲୋକ ଜିଆର୍‌ପି ଥାନାରେ ଅଭିଯୋଗ କରିଛନ୍ତି।

୨-ଓ୍ଵିକିପିଡିଆ ଭରସାରେ ରୁହ ନାହିଁ, ଏହା ସଂପୂର୍ଣ୍ଣ ବିଶ୍ଵାସଯୋଗ୍ୟ ନୁହେଁ; ଅଦାଲତକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ।

୩-ବଣ୍ଡା ମହିଳାଙ୍କ ଦରମା ଟଙ୍କା ହଡ଼ପ: ପାଚିକା ଭାବେ କାର୍ଯ୍ୟ କରୁଥିଲେ, ଦରମା ମାଗିବାରୁ ଛଟେଇ ।ମାଲକାନଗିରି ଜିଲ୍ଲାର ଜଣେ ନିରକ୍ଷର ବଣ୍ଡା ଜନଜାତିର ମହିଳା ସମାରୀ ବଡ଼ନାୟକ।

୪-ଉର୍ଫିଙ୍କୁ ସୁରକ୍ଷା ଦେବା ପାଇଁ ମୁମ୍ବାଇ ପୁଲିସ କମିସନରଙ୍କୁ ଚିଠି ଲେଖିଲେ ମହିଳା କମିସନ ।

୫-ସେବାନିବୃତ୍ତ ବିଏସଏଫ ଡିଜି ପଙ୍କଜ କୁମାର ସିଂ ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା, ସରକାର ଜାରି କଲେ ନିର୍ଦ୍ଦେଶ ।

୬-ପୁରୁଷ ହକି ବିଶ୍ଵ କପ୍: ଜର୍ମାନୀ ଏବଂ ବେଲଜିୟମ କେହି କାହାକୁ ବାଟ ଛାଡିଲେଣି, ମ୍ୟାଚ୍ ୨-୨ରେ ଡ୍ର ।

୭-ଆସନ୍ତା ଜାନୁୟାରୀ ୨୬ରୁ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ଅନ୍‌ଲାଇନ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ। ୪୦ ବର୍ଷରୁ ଅଧିକ ବୟସ ଆବେଦନକାରୀଙ୍କ ପାଇଁ ଏହି ନିମୟ ଲାଗୁ ହେବ। ତେବେ ନୂତନ ଲର୍ନର୍ସ ଲାଇସେନ୍ସ (ଏଲ୍‌ଏଲ୍‌ଆର) କିମ୍ବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଆବେଦନକାରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ।

୮-ପୁରୁଷ ହକି ବିଶ୍ୱକପ୍‍: କୋରିଆଠାରୁ ଜାପାନ ୨-୧ରେ ପରାସ୍ତ ।

୯-ଭାରତ ବିଶ୍ୱର ୫ମ ବୃହତ୍‍ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି: କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

୧୦-ମୋ ସରକାର ସମୀକ୍ଷା: ଜିଲ୍ଲାପାଳମାନେ ଅଧିକ ଫିଡ୍‌ବ୍ୟାକ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

୧୧-ପ୍ରେସ୍‌ ଓ ସାମ୍ବାଦିକଙ୍କୁ ନେଇ ପୁଣି ଥରେ ନିଜର ମତ ରଖିଲେ ରାହୁଲ ଗାନ୍ଧି, କହିଲେ- ମୁଁ କହେନା ‘ଗୋଦି ମିଡିଆ’ ।।

୧୨-ୟୁଏନସି ସୁରକ୍ଷା ପରିଷଦରେ ଅବଦୁଲ ରହମାନ ମକ୍କି ଗ୍ଲୋବାଲ ଆତଙ୍କୀ ଘୋଷିତ । ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦିଙ୍କ ଭିଣୋଇ ।

୧୩-ପିଠିରେ ଆଘାତ ହେତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଓଡିଆଇ ସିରିଜ ଖେଳିବେନି ଶ୍ରେୟସ ।

୧୪-୨୦୨୪ ଯାଏଁ ରହିବେ ନଡ୍ଡା। ଆଉ ବର୍ଷେ ବଢିଲା ସଭାପତି କାର୍ଯ୍ୟକାଳ। ।

୧୫-୨୦୨୪ ନିର୍ବାଚନକୁ ୪୦୦ ଦିନ ବାକି; ‘ଇତିହାସ’ ସୃଷ୍ଟି ପାଇଁ ଜାତୀୟ କାର୍ଯ୍ୟନିର୍ବାହୀରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

୧୬-ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ସତ୍ୟପ୍ରକାଶ ନାୟକ।

୧୭-ଜମ୍ମୁ-କାଶ୍ମୀରରେ ବଡଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମଙ୍ଗଳବାର ସକାଳେ ଗୁଳି ବିନିମୟ ଘଟିଛି । ଗୁଳିବିନିମୟରେ ୨ ଆତଙ୍କୀ ନିହତ ହୋଇଛନ୍ତି ।

୧୮-ରିଜର୍ଭ ବ୍ୟାଙ୍କ ରିପୋର୍ଟ: ମହାମାରୀ ପରେ ରାଜ୍ୟଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ।

୧୯-ଆମେ ବିନା କାରଣରେ ଲୋକଙ୍କୁ ଜେଲରେ ରଖିବାକୁ ଚାହୁଁନା: ସୁପ୍ରିମ୍‌କୋର୍ଟ ।

ସୁପ୍ରଭାତ ,ଶୁଭ ସକାଳ ।