March 8, 2026

ପବିତ୍ର ଋଷିକୁଲ୍ୟା ଓ ମାଁ ରାମଚଣ୍ଡୀ ପୀଠ ହେବ ତୀର୍ଥ କ୍ଷେତ୍ର

IMG-20251217-WA0004
Share

ଛତ୍ରପୁର ୧୬/୧୨/୨୫(ଅରୁଣ କୁମାର ପଣ୍ଡା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିନ୍ଧ୍ୟବାସିନୀ ମା’ ରାମଚଣ୍ଡୀ ଦେବୀ ବିଦ୍ୟମାନ । ଏହି ଅବସରରେ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଏବଂ ପରିଚାଳନା କମିଟି, ପୂଜା କମିଟି ପକ୍ଷରୁ ଏକ ରାଜ୍ୟସ୍ତରୀୟ ୟୁଟ୍ୟୁବର୍ ଓ ଗଣମାଧ୍ୟମ ବ୍ୟକ୍ତିତ୍ଵଙ୍କ ଭବ୍ୟ-ସମାବେଶ ଆୟୋଜିତ ହୋଇଯାଇଛି l

 

ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସରକାରଙ୍କ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲା ହେଉଛି, ପ୍ରାଚୀନ ଆଦ୍ୟ ସାହିତ୍ୟ, ସଂସ୍କୃତି, ଚଳଣି, ଖାଦ୍ୟ, ବସ୍ତ୍ର ସବୁ ନିଆରା ପରମ୍ପରା ଅଟେ ବୋଲି ବ୍ୟାଖ୍ୟା କରିଥିଲେ । ଅୠର୍ସ ଡିଜିଟାଲ ଚ୍ୟାନେଲର ଏଡ଼ିଟର ସଂଗ୍ରାମ କେଶରୀ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲା ପ୍ରାଚୀନ ଶିକ୍ଷା ଓ ସଂସ୍କୃତି ଏକ ଅଭିନ୍ନ ପରମ୍ପରା ଯାହା ଅନ୍ୟତ୍ର ନାହିଁ, ଏହି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଖୁବ୍ ମହନୀୟ ଅଟେ ବୋଲି କହି ଗଞ୍ଜାମ ର ମା’ ରାମଚଣ୍ଡୀ ଓ ମା’ ତାରାତାରିଣୀ ମନ୍ଦିର ଭଳି ଶାକ୍ତ ପୀଠର ମାହାତ୍ମ୍ୟ ନିଆରା ଅଟେ ବୋଲି ତାତ୍ତ୍ୱିକ ଆଲୋଚନା ଦେଇଥିଲେ । ଏହି ଅବସରରେ ରାମଚଣ୍ଡୀ ପୀଠର ସ୍ଥପତି ପଣ୍ଡିତପ୍ରଦୀପ ପ୍ରହଜ୍ବଳ କରି ବିଜୟ କୁମାର ତ୍ରିପାଠୀ ମନ୍ଦିରର ସ୍ଥାପତ୍ୟ ଓ ପୌରାଣିକ କିମ୍ବଦନ୍ତୀ କୁ ଶ୍ଳୋକ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୁଧାକର ପଣ୍ଡା, ଲକ୍ଷ୍ମୀନୃସିଂହ ପଣ୍ଡା,ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), ଗଞ୍ଜାମ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ବିନୋଦ ମହାପାତ୍ର,ଆର୍ମି କୋଚ୍ ସିମାଞ୍ଚଳ ବାରିକ୍, ସୋନିଡିଗ ଟେକ୍ନୋଲୋଜି ର ମୁଖ୍ୟ ସୋନାଲି ଶତପଥୀ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ଚନ୍ଦ୍ର ବେହେରା ଏବଂ ଛତ୍ରପୁର ପୌର ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି / ଅତିଥି ଯୋଗଦେଇ ଛତ୍ରପୁର ଅଞ୍ଚଳର ପ୍ରତିଷ୍ଠିତ ମା’ ରାମଚଣ୍ଡୀ ମନ୍ଦିର ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ଏବଂ ଏହାର ମହତ୍ତ୍ୱ ସ୍ୱତନ୍ତ୍ର ବିଷୟରେ ଓଡ଼ିଶା ଓ ଓଡ଼ିଶା ବାହାରେ ପ୍ରତିଷ୍ଠା ପ୍ରଚାର ପ୍ରସାର କରିବା ନିମନ୍ତେ ଆହ୍ୱାନ ଦିଆଯାଇଛି । ଯୋଗଦେଇଥିବା ଗଣମାଧ୍ୟମ ବ୍ୟକ୍ତି, ସାମ୍ବାଦିକଙ୍କୁ ପୁଷ୍ପଗୁଚ୍ଛ ସହ ମାନପତ୍ର, ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପୂଜା କମିଟିର ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀଙ୍କ ସହ ବହୁ ସମାଜସେବୀ, ମନ୍ଦିର ସେବାୟତ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଟ୍ରଷ୍ଟର ମୁଖ୍ୟ ପୁରୋଧା ତଥା ସଂଯୋଜକ କମଲ୍ କୁମାର୍ ପଣ୍ଡା ଏହି ସମସ୍ତ କାର୍ଯ୍ୟକ୍ରମଚୁ ପରିଚାଳନା କରିଥିଲେ l