March 8, 2026

କାଳିପଲ୍ଲୀ ରେ କିଡନୀ ରୋଗ ନିରାକାରଣ ପାଇଁ ପ୍ରସ୍ତୁତି ବୈଠକ

IMG-20251217-WA0005
Share

 

ଛତ୍ରପୁର ୧୬/୧୨/୨୫(ଅରୁଣ କୁମାର ପଣ୍ଡା)ଆଜି ମୁନିଶିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ା ସ୍ଵାଧୀନ ରଥ ଙ୍କ ଅଧ୍ୟକ୍ଷତା କ୍ରମେ କାଳିପଲ୍ଲୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସଭାଗୃହ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭା ରେ ଡ଼ା ରଥ ଙ୍କ ଅନୁରୋଧ କ୍ରମେ ଶିକ୍ଷା ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସ୍ଵୟଂ ସହାୟିକା ଗୋଷ୍ଠୀ, ପଞ୍ଚାୟତ ରାଜ ବିଭାଗ, ସହ ବହୁ ଗ୍ରାମବାସୀ ଉକ୍ତ ସଭା ରେ ଅଂଶଗ୍ରହଣ କରିଥିଲେ। ନୋଳିଆନୂଆଁ ଗାଁ ଚିକିତ୍ସା ଅଧିକାରୀ ଡ଼ା ସନ୍ଦୀପ ଗୌଡ଼, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାଗତିକା ମାଝୀ ମହିଳା ସ୍ବାସ୍ଥ୍ୟ କର୍ମୀ ତାର ପଣ୍ଡା , ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ,କାଲିପଲ୍ଲୀ ସରପଞ୍ଚ ବି ଲକ୍ଷ୍ମୀ ପାତ୍ର. ବରିଷ୍ଠ ସି.ଏସ.ଆର ମ୍ୟାନେଜର ଶ୍ରୀ ଦୀପକ ମିଶ୍ର ଓ ଡ଼ା. ଦତ୍ତ ଶାକ୍ରେ ଉପସ୍ଥିତ ଥିଲେ।

ରାଜ୍ୟ ବାହାରୁ ଟିମ୍ ଆସି କିଡନୀ ରୋଗ ସହ ଅନ୍ୟ 9 ପ୍ରକାର ରୋଗ ର ଶ୍ରିନିଂ କରିବାକୁ ଲକ୍ଷ୍ୟ ସ୍ତିର କରାଗଲା। ଆଗାମୀ ଦିନ ରେ ଏକ ବିଶାଳ ଜନମାନସ ଙ୍କ ଉପସ୍ଥିତି ରେ ସ୍ବାସ୍ଥ୍ୟ ଶିବିର ର ଆୟୋଜନ କରି ସମସ୍ତ ଙ୍କ ସ୍ରିନିଂ କରାଯିବ ଏବଂ ଉକ୍ତ ଲକ୍ଷ୍ୟ ପୁରାଣ ହେଲେ ଏକ ସ୍ବାସ୍ଥ୍ୟ ବିପର୍ଯ୍ୟୟ ର ସମାଧାନ ହେବ ବୋଲି ଡ଼ା ରଥ ଉପସ୍ଥାପନ କଲେ।