କୁସୁମୀ ଠାରେ ବ୍ଲକ ସ୍ତରୀୟ ମଣ୍ଡି ଶୁଭାରମ୍ଭ…
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର କୁସୁମୀ ଠାରେ ଆଜି ସନ୍ଧ୍ୟା ରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି.କିନ୍ତୁ କୌଣସି ଚାଷୀଙ୍କ ଠାରୁ ଧାନ କିଣା ଯାଇ ନ ଥିବାର ଜଣା ଯାଇଛି. ମଣ୍ଡି ତାଲିକା ପ୍ରକାଶ ପାଇବା ପରେ ଦୁଇ କିମ୍ବା ତିନି ଦିନ ମଧ୍ୟ ରେ ଧାନ କିଣି ନିଆଯିବ ବୋଲି ବିଭାଗୀୟ ପକ୍ଷ ରୁ ସୂଚନା ପ୍ରଦାନ କରାଯାଇଛି.ଏହି ଅବସର ରେ ସ୍ଥାନୀୟ ବିଧାୟକ ରୁପୁ ଭତରା ଯୋଗ ଦେଇ ଚାଷୀ ମାନଙ୍କ ଧାନ ରେ କୌଣସି ଛଟନି କଟନୀ କରାଯିବ ନାହିଁ ବୋଲି ପ୍ରକାଶ କରି ଥିବାର ଜଣାଯାଇଛି. ଲ୍ୟାମ୍ପସ ଏବଂ ଆର ଏମ ସି ପକ୍ଷରୁ ଧାନ ର ଏଫ ଏ କ୍ଯୁ ମାନ ଯାଞ୍ଚ କରି ନିଆଯବ ବୋଲି ଜଣାଯାଇଛି.ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ କମଳା ଭତରା. ବିଡ଼ିଓ ବିକ୍ରମ ଦୋରା. ପୂର୍ବତନ ଏନଏସି ଉପାଧ୍ୟାକ୍ଷ ବାପୁନ ତ୍ରିପାଠୀ. ଯୋଗାଣ ଅଧିକାରୀ ଆଶିଷ ଦାସ. ଏମ ଡି ଲ୍ୟାମ୍ପସ ରାଜି ନାୟକ.କସୁମୀ ସରପଞ୍ଚ ସନମତି ଗାଦବା. ସମିତି ସଭ୍ୟା.ଜାନକି ଭତରା. ବ୍ଲକ ଉପାଧ୍ୟାକ୍ଷ ବାବୁଲି ପାଣିଗ୍ରାହୀ.ଲ୍ୟାମ୍ପସ ସଭାପତି ଶ୍ରୀମତୀ ପଦ୍ମା ଭତରା. ରାଜେନ୍ଦ୍ର ରଥ. କେସିସି ଉପାଧକ୍ଷା ଦୁରୁପତା ଭତରା ଘନଶ୍ୟାମ ବିଶୋଇ. ସୀତାନାଥ ବିଶ୍ୱାଳ ସଞ୍ଜୟ ବେହେରା ମାନସ ବିଶୋଇ ନୀଳକଣ୍ଠ ନାଇକ ଙ୍କ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ଓ ଅଞ୍ଚଳର ସତାଧିକ ଚାଷୀ ଉପସ୍ଥିତ ଥିଲେ କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା.