ଜଗତସିଂହପୁର ଜିଲ୍ଲାର ଆୟୁଷ ଡାକ୍ତରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୦ ଦଫା ଦାବିପତ୍ର
ଜଗତସିଂହପୁର , ରାଜ୍ୟ ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନକ୍ରମେ ଜଗତସିଂହପୁର ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କୋଲୋକେଟେଡ୍ ଏବଂ ଆର୍.ବି.ଏସ୍.କେ ଆୟୁଷ ଡାକ୍ତରଙ୍କୁ ନେଇ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡାକ୍ତର ରଘୁନାଥ ନାୟକ ଙ୍କୁ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପୃଥକ ଭାବେ ଦିଆଯାଇଅଛି. ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ପ୍ରାୟ ୩ହଜାର ଆୟୁଷ ଡାକ୍ତର ଦୀର୍ଘ ୨୪ବର୍ଷରୁ ଅଧିକ ଚୁକ୍ତି ଭିତ୍ତିରେ ସ୍ଵାସ୍ଥ୍ୟସେବା ଯୋଗାଇ ଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଚାକିରି ନିୟମିତ କରିବାରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ତେଣୁ ଚାକିରିକୁ ନିୟମିତ କରିବା, ସମାନ କାମକୁ ସମାନ ଦରମା, ୧୧ ମାସିଆ ଚୁକ୍ତିକୁ ଉଚ୍ଛେଦ କରିବା, ଅବସରକାଳୀନ ରାଶି ପ୍ରଦାନ କରିବା , ପି ଆଇ ମୂଳ ଦରମାରେ ମିଶ୍ରଣ , ଦୁର୍ଘଟଣାରେ ଅକର୍ମଣ୍ୟ କିମ୍ୱା ମୃତ୍ୟୁବରଣ କଲେ ଆର୍ଥିକ କ୍ଷତିପୂରଣ ପ୍ରଦାନ, ଉଚ୍ଚଶିକ୍ଷା ପାଇଁ ଗଲେ ଶିକ୍ଷା ସମାପ୍ତ ପରେ ନିଜ ଚାକିରିରେ ପୁନଃ ସୁଯୋଗ ଦେବା, ସ୍ୱାସ୍ଥ୍ୟବୀମା, ନିୟମିତ ଆୟୁଷ ଔଷଧ ଯୋଗାଣ, ଆୟୁଷ ବିଭାଗକୁ ସମସ୍ତ ଆୟୁଷ ଡ଼ାକ୍ତରଙ୍କୁ ସ୍ଥାନାନ୍ତରଣ ଆଦି ୧୦ ଦଫା ସମ୍ବଳିତ ଦାବିପତ୍ରକୁ ଜିଲ୍ଲା ସଭାପତି ଡାକ୍ତର ସମ୍ବିତ କୁମାର ଲେଙ୍କା ଙ୍କ ନେତୃତ୍ବରେ ପ୍ରଦାନ କରାଯାଇଥିଲା ।ଆସନ୍ତା ୧୯ ତାରିଖ ସୁଦ୍ଧା ସରକାର ଯଦି ଏହି ଦାବିଗୁଡିକୁ ବିଚାର ନ କରନ୍ତି ତେବେ ଆସନ୍ତା ୨୦ ତାରିଖରୁ ସଂଘ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ରାଲି ସହ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର, ଡାକ୍ତର ବଳଦେବ ସ୍ୱାଇଁ, ଡାକ୍ତର ସମୀର ସ୍ୱାଇଁ, ଡାକ୍ତର ଲୋକନାଥ ସାହୁ, ଡାକ୍ତର ଅମ୍ରିତା ପ୍ରିୟଦର୍ଶିନୀ, ଡାକ୍ତର ଇତିଶ୍ରୀ ଦାଶ , ଡାକ୍ତର ତୁଷାର ନନ୍ଦ, ଡାକ୍ତର ମାନସ ସାହୁ, ଡାକ୍ତର ବିଶ୍ଵଜିତ ଦାସ, ଡାକ୍ତର ଗାୟତ୍ରୀ ଜେନା ଏବଂ ଡାକ୍ତର ପ୍ରିୟଙ୍କା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଖବର ।