April 20, 2025

ଉମରକୋଟ ଡଙ୍ଗରି ଗୁଡା ପାହାଡ ଠାରେ ନିରୀକ୍ଷଣ ମିନାର ଏବଂ ଉଦ୍ୟାନ ର ଭିତ୍ତି ପ୍ରସ୍ତର………

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ ) ୧୭/୧୨/୨୦୨୪ ସୋମବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ଅନ୍ତର୍ଗତ ଡଙ୍ଗରି ଗୁଡା ୱାର୍ଡ ନଂ ୧୨ ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ପାହାଡ ଠାରେ ଏକ ନିରୀକ୍ଷଣ ମିନାର ଏବଂ ଉଦ୍ୟାନ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ସ୍କୁଲ ଏବଂ ଗଣ ଶିକ୍ଷା ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ।ଦୀର୍ଘ ଦିନ ଧରି ଏଠାରେ ଏକ ସୌନ୍ଦର୍ଯ୍ୟ କରଣ ଉଦ୍ୟାନ ଏବଂ ନିରୀକ୍ଷଣ ମିନାର ର ପରିକଳ୍ପନା କରିଥିଲେ ମାନ୍ୟବର ମନ୍ତ୍ରୀ, ଏହା ନଗରର ଏକ ଶ୍ରେଷ୍ଠତମ ଦର୍ଶନୀୟ ସୌନ୍ଦର୍ଯ୍ୟ କରଣ ସ୍ଥାନ ହେବ ଲୋକଙ୍କ ପାଇଁ ଏହା ଏକ ମନରଂଜନ ଓ ପର୍ଯ୍ୟଟନ ସ୍ଥଳୀ ହୋଇପାରିବ ।

ଏହି ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟ ସଂମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ଜିଲ୍ଲା ସଂମ୍ପାଦକ ରାମ ନାୟକ, ଜିଲ୍ଲା ମହିଳା ମୋର୍ଚା ସଂମ୍ପାଦିକା ମନ୍ଦିରା ନାୟକ, ନଗର ମଣ୍ଡଳ ସଭାପତି ଗୋପୀନାଥ ସାହୁ, ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ଯୁବ ମୋର୍ଚା ସଭାପତି ବାଦଲ ପଟନାୟକ, ଯୁବ ନେତା ତଥା ସମାଜସେବୀ ମିଲୁ ପଣ୍ଡା, ସତ୍ୟ ବେହେରା, ଭାଜପା ର ବହୁ କାର୍ଯ୍ୟକର୍ତା ସହ ନଗରର ବହୁ ସାଧାରଣ ଲକେ ଉପସ୍ଥିତ ଥିଲେ।