ଗାଡିପାର୍କିଙ୍ଗ ସ୍ଥାନ ବସନ୍ତବଗିଚା ର ଉନ୍ନତିକରଣ ହେବ କେବେ ?
ତିର୍ତ୍ତୋଲ -ତା 17/11/2025 ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ସହସ୍ରାଧିକ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସମେତ ଶହଶହ ସଂଖ୍ୟାରେ ଜାନବାହାନ ଗୁଡିକ ଏଠାକୁ ଆସିଥାଏ l ବିଶେଷକରି, ମହାବିଷୁବ ପଣାସଂକ୍ରାନ୍ତି, ରଜପର୍ବ, ଶାରଦୀୟ ପାର୍ବଣ ର ମହାଷ୍ଟମୀ, ଇଂରାଜୀ ନବବର୍ଷ ଓ ମକରସଂକ୍ରାନ୍ତି ଆଦି ଯାନିଯାତ୍ରା ଓ ପର୍ବପର୍ବାଣୀ ଦିନମାନଙ୍କରେ ସହସ୍ରl ଧିକ ଜାନବାହାନ ଆସୁଥିବାରୁ, ମନ୍ଦିର ପ୍ରଶାସନ ତରଫରୁ ବସନ୍ତବଗିଚା ଠାରେ ଗାଡି ପାର୍କିଙ୍ଗ ନିମନ୍ତେ ନିଲାମ କରାଯାଇଥାଏ l ପ୍ରାୟ ପ୍ରତିବର୍ଷ ଏଇ ଗାଡିପାର୍କିଙ୍ଗ ବାବତରେ ପ୍ରାୟ ଚାରିଲକ୍ଷ ରୁ ପାଞ୍ଚଲକ୍ଷ ଟଙ୍କା ମନ୍ଦିର ପାଣ୍ଠି କୁ ଆସିଥାଏ l ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ, ଏହି ଗାଡି ପାର୍କିଙ୍ଗ ସ୍ଥାନ, ବସନ୍ତବଗିଚାର ଉନ୍ନତିକରଣ ପାଇଁ, ଆଜିପଯ୍ୟନ୍ତ ମନ୍ଦିର ପାଣ୍ଠିରୁ ଟଙ୍କାଟିଏ ହେଲେ ବିନିଯୋଗ କରାଯାଇନାହିଁ l ଯାହାଫଳରେ ବର୍ଷାଋତୁ ରେ ଯାନିଯାତ୍ରା ପଡିଲେ ସେଠାରେ ଗାଡିପାର୍କିଙ୍ଗ କରାଯାଇପାରୁନାହଁ l ସେଥିପାଇଁ ସର୍ବସାଧାରଣ ଙ୍କ ଯାତାୟାତ ପଥ କୁ ପୋଲିସପ୍ରଶାସନ, ପକ୍ଷରୁ ସାରଳା ହାଟ ପାଖରେ ରାସ୍ତାଶୀଲ କରାଯାଉଥିବାରୁ ଯାତ୍ରୀ ମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯଦି ସାରଳାମନ୍ଦିର ପ୍ରଶାସନ ତରଫରୁ ବସନ୍ତବଗିଚାରେ ଥିବା ଏକ ପରିତ୍ୟକ୍ତ ପୋଖରୀ କୁ ପୋତିଦେବା ସହିତ, ଖାଲୁଆ ସ୍ଥାନଗୁଡିକରେ ମାଟି ବାଲି ପୋତି ଉଚ୍ଚ ଓ ସମତୁଲ କରିଦିଆଯାଆନ୍ତା ତେବେ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଲାଗିରହିଥିବା ଗାଡିପାର୍କିଙ୍ଗ ସମସ୍ୟା ର ଆଶୁ ସମାଧାନ ହୋଇପାରନ୍ତା l ମନ୍ଦିରର ନବୀକରଣ କାମ ଆରମ୍ଭରୁ ଶହଶହ ଟ୍ରିପ ମାଟି ଗୋଡି ପଥର ସ୍ଥାନୀୟ ଅଞ୍ଚଳର କେତେକ ମାଫିଆ ଗୋଷ୍ଠୀ, ବିନାମୂଲ୍ୟ ରେ ନିଜନିଜର ବ୍ୟକ୍ତିଗତ କାମପାଇଁ ବୋହିନେଲେ l ପ୍ରଶ୍ନଉଠୁଛି ସେତେବେଳେ ପ୍ରଶାସନ କରୁଥିଲା କଣ ? ଯଦି ସେହି ବଳକା ଗୋଡି ମାଟି ବାଲି ପଥର କୁ ବସନ୍ତବଗିଚା ଓ ନିକଟରେ ଥିବା ଠାକୁରାଣୀ ଙ୍କ ସାରଳାହାଟ ରେ ବିଛାଇ ଦିଆଯାଇଥାନ୍ତା ତେବେ ବସନ୍ତବଗିଚା ଓ ସାରଳାହାଟ ର ମଧ୍ୟ ଉନ୍ନତିକରଣ ହୋଇ ପାରିଥାନ୍ତା l କଥାହେଉଛି ଯେଉଁ ସ୍ଥାନରେ ଗାଡିପାର୍କିଙ୍ଗ ପାଇଁ ନିଲାମ କରାଇ, ସାରଳା ମନ୍ଦିର ପ୍ରଶାସନ ପ୍ରତିବର୍ଷ ଚାରି ପାଞ୍ଚ ଲକ୍ଷଟଙ୍କା ଆୟକରୁଛନ୍ତି, ସେଥିରୁ କିଛି ଅଂଶ ବସନ୍ତବଗିଚା ଓ ସାରଳା ହାଟର ଉନ୍ନତିକରଣ ନିମନ୍ତେ ଖର୍ଚ୍ଚ କରନ୍ତେ ତେବେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଭକ୍ତ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଙ୍କ ଠାରୁ ଆରମ୍ଭକରି ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ମଧ୍ୟ ଯଥେଷ୍ଟ ଉପକୃତ ହୋଇପାରନ୍ତେ l ଯେତେଶୀଘ୍ର ସାରଳା ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବୀ ହେଉଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
