ଆସନ୍ତା ୨୦ରେ ହୋଇପାରେ ବିହାର ଶପଥ ଗ୍ରହଣ ଉତ୍ସବ: ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର
*ଆସନ୍ତା ୨୦ରେ ହୋଇପାରେ ବିହାର ଶପଥ ଗ୍ରହଣ ଉତ୍ସବ: ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର
ଗାନ୍ଧୀ ମୈଦାନରେ ଚାଲିଛି ସମାରୋହର ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗଦେବେ ଏକାଧିକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ।
ଏନଡିଏକୁ ବହୁମତ ପରେ ଆସନ୍ତା ୨୦ ତାରିଖରେ ହୋଇପାରେ ବିହାର ଶପଥ ଗ୍ରହଣ ଉତ୍ସବ । ୧୦ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଗାନ୍ଧୀ ମୈଦାନରେ ଚାଲିଛି ସମାରୋହର ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗଦେବେ ଏକାଧିକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ସେଥିପାଇଁ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ବିହାର ଗାନ୍ଧୀ ମୈଦାନକୁ ବନ୍ଦ ରଖିଛି ପ୍ରଶାସନ । ନୂଆ ସରକାର ଗଠନ ପାଇଁ ଆଜି ବିହାର କ୍ୟାବିନେଟ ବୈଠକ ଡାକିଛନ୍ତି ନୀତୀଶ କୁମାର । ସକାଳ ସାଢେ ୧୧ଟାରେ ବୈଠକ ହେବାର ଅଛି । ଜେଡିୟୁ, ବିଜେପି, ଏଲଜେପି(ଆରଭି), ଆରଏଲଏମ ମଧ୍ୟରେ ବିଭାଗ ଭାଗବଣ୍ଟା ନେଇ ଆଲୋଚନା ହେବ ବୋଲି ସୂଚନା ମଳିଛି । ବିଜେପିରୁ ସର୍ବାଧିକ ୧୬ ଏବଂ ଜେଡିୟୁରୁ ୧୪ ଜଣ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ବିଜେପି ସୁତ୍ରରୁ ସୂଚନା ମିଳିଛି ।
୨୦ ଶପଥ ନେବେ ନୀତୀଶ କୁମାର
ଆସନ୍ତା ୨୦ ତାରିଖରେ ହୋଇପାରେ ବିହାର ଶପଥ ଗ୍ରହଣ ଉତ୍ସବ
୧୦ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର
ବିହାରର ଗାନ୍ଧୀ ମୈଦାନରେ ଚାଲିଛି ସମାରୋହର ପ୍ରସ୍ତୁତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ହେବେ ସାମିଲ
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗଦେବେ ଏକାଧିକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ
ସେଥିପାଇଁ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ବିହାର ଗାନ୍ଧୀ ମୈଦାନକୁ ବନ୍ଦ ରଖିଛି ପ୍ରଶାସନ
ନୂଆ ସରକାର ଗଠନ ପାଇଁ ଆଜି ବିହାର କ୍ୟାବନେଟ ବୈଠକ ଡାକିଛନ୍ତି ନୀତୀଶ କୁମାର
ସକାଳ ସାଢେ ୧୧ଟାରେ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ହେବାର ଅଛି
ବୈଠକରେ ଜେଡିୟୁ, ବିଜେପି, ଏଲଜେପି(ଆରଭି), ଆରଏଲଏମ ମଧ୍ୟରେ ବିଭାଗ ଭାଗବଣ୍ଟା ହେବ
ବିଜେପିରୁ ସର୍ବାଧିକ ୧୬ ଏବଂ ଜେଡିୟୁରୁ ୧୪ ଜଣ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ସୂଚନା
