November 17, 2024
Share

 

 

୧-ଭୁବନେଶ୍ୱର: ଓଡ଼ିଶା ହକି ଚାମ୍ପିଅନ, ପ୍ରଥମ ଥର ଜାତୀୟ ସିନିଅର ପୁରୁଷ ଟ୍ରଫି ଜିତିଲା।

 

୨-ଓମଫେଡର ହେବ ନବୀକରଣ; ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରରେ ଖୋଲିବ ନୂଆ ପ୍ଲାଣ୍ଟ।

 

୩-କଟକ ବାଲିଯାତ୍ରା ପଡିଆରେ ସିନେମା ମଜା; ରଙ୍ଗୀନ ଆଲୁଅରେ ଚକ୍ ମକ୍ କରୁଛି କଳା ଧଳା ଚଳଚ୍ଚିତ୍ର।

 

୪-କଟକ:ଅଧା ଗୀତରୁ ଅସୀମାଙ୍କୁ ମଞ୍ଚରୁ ଓହ୍ଲାଇ ଦେଲା ପୋଲିସ,ସମୟ ହୋଇଗଲା କହି କାର୍ଯ୍ୟକ୍ରମ ବନ୍ଦ୍ କରିଦିଆ ଗଲା।

 

୫-କଟକ:ପାଠ ପଢାଇବ ଏ.ଆଇ ଶିକ୍ଷକ, ବୋଷ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ସଫଳତା।ପରୀକ୍ଷାମୂଳକ ଭାବେ ଶ୍ରେଣୀଗୃହରେ ଏହାର ପରୀକ୍ଷଣ ଜାରି ରହିଛି।

 

୬-ଆଉ ୫ ହଜାର ଡାକ୍ତରଙ୍କୁ ଖୁବ ଶୀଘ୍ର ଦିଆଯିବ ନିଯୁକ୍ତି: ମୁକେଶ ମହାଲିଙ୍ଗ।

 

୭-ଭୁବନେଶ୍ୱର: ପୁଣି ନାଚିଲେ ବାର୍ ଗାର୍ଲ୍,ଆମ୍ବିଆନ୍ସ ଓ ବାର୍ବି ରେଷ୍ଟୁରାଣ୍ଟ ହେଲା ସିଲ୍।

 

୮-ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ଅଭିଯୋଗ, ପୁରୀ ବାସେଳିସାହି ଥାନାରେ ଏତଲା,

ମୋଟ ୧୦୯ଟି ପ୍ଲଟକୁ ବେଆଇନ ଭାବେ ହାତେଇବା ଉଦ୍ୟମ।

 

୯-କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ୧୪ଟି ଦେଶର ରାଷ୍ଟ୍ରଦୂତ।

 

୧୦-ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲା,୭୦ ଦିନ ବଢ଼ିଲା ଜଷ୍ଟିସ ଚିତ୍ତରଂଜନ ଦାସ କମିଶନଙ୍କ କାର୍ଯ୍ୟକାଳ।

 

୧୧-ଭୁବନେଶ୍ୱର:ଚାକିରିରୁ ବହିଷ୍କୃତ ହେଲେ ଅବକାରୀ ବିଭାଗର ୮ କର୍ମଚାରୀ।ବହିଷ୍କୃତଙ୍କ ମଧ୍ୟରେ ତିନି ଜଣ ଏଏସ୍‌ଆଇ ଓ ପାଞ୍ଚ ଜଣ କନଷ୍ଟେବଳ ଅଛନ୍ତି ।

 

୧୨-ବାଲେଶ୍ଵର,ମନ୍ଦାରୁଣି ଗ୍ରାମ:ଖତଗଦାରୁ ବାହାରିଲା ୨୦ ଲକ୍ଷ, ଶ୍ଵଶୁର ଘରେ ଜ୍ବାଇଁ ଲୁଚାଇଥିଲା ଚୋରି ଟଙ୍କା।

 

୧୩-ଭୁବନେଶ୍ୱର:ସରକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ, ଦିନକରେ ୬୬ ଜଣ ଅଧିକାରୀଙ୍କୁ କରାଗଲା ବଦଳି।

 

୧୪-ବିଜେପି ବରିଷ୍ଠ ନେତା ସମୀର ଦେ ଗୁରୁତର, ମେଡ଼ିକାଲର ଭେଟିଲେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ।

 

୧୫-ରେଙ୍ଗାଲି:ମହୁମାଛି ଆକ୍ରମଣ, ସହି ନପାରି ୧୨୬ ମିଟର ଜଳକୁ ଡେଇଁଲେ ଦୁଇ ଯୁବକ।

 

୧୬-ଧାମରା ଅବଦୁଲ କାଲାମ ଦ୍ବୀପରୁ ପରୀକ୍ଷଣ ହେଲା ସୁପରସୋନିକ ମିସାଇଲ।

 

୧୭-ଭଦ୍ରକ:କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ, ବ୍ରେକ ବାଇଣ୍ଡିଂରୁ ନିଆଁ ଲାଗିଥିବା ସୂଚନା।

 

୧୮-ରେଢାଖୋଲ:ଜିଲ୍ଲାପରିଷଦ ସଭ୍ୟଙ୍କୁ ଦୁର୍ବ୍ୟବହାର ଘଟଣା, ଅମିନ ନିଲମ୍ବିତ ଓ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ।

 

୧୯-ଅନସ୍ଥା ଭୋଟରେ ବିଜେଡ଼ି ବାଦ ପଡିଲା, ବିଜେପି ହାତକୁ ଗଲା ଢେଙ୍କାନାଳ ସଦର ବ୍ଲକ ଅଧକ୍ଷା ପଦ।

 

୨୦-ପାକିସ୍ତାନ ପରେ ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି, ICCର ନୂଆ କାର୍ଯ୍ୟସୂଚୀରେ POK ଟୁର ବାତିଲ।

 

୨୧-ଚୀନର ପୂର୍ବାଞ୍ଚଳ ସହର ଉକ୍ସି:ପରୀକ୍ଷାରେ ଫେଲ୍‌ ହେଲା ବୋଲି ୮ ଜଣଙ୍କୁ ହତ୍ୟା କରି କୋମାରେ ଛାତ୍ର: ୧୭ ଆହତ।

 

*🙏 ସୁପ୍ରଭାତ 🙏*