July 6, 2024

ତେଲୁଗୁ ସମ୍ପ୍ରଦାୟ ପରିବାର ମାନଙ୍କ ଦ୍ୱାରା ନାଗ ଚତୁର୍ଥୀ ପାଳିତ 

Share

ତେଲୁଗୁ ସମ୍ପ୍ରଦାୟ ପରିବାର ମାନଙ୍କ ଦ୍ୱାରା ନାଗ ଚତୁର୍ଥୀ ପାଳିତ

 

 

 

ରାମନାଗୁଡା ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାର କୋଣ ଅନୁକୋଣରେ ଯେଉଁ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ବାସ କରୁଛନ୍ତି ପ୍ରତ୍ୟେକ ତେଲୁଗୁ ପରିବାର ପକ୍ଷରୁ ଏହି ନାଗ ଚତୁର୍ଥୀ ରେ ନାଗ ଦେବତା ଙ୍କୁ ମୁଖ୍ୟତଃ କ୍ଷୀର, ଅଣ୍ଡା,ରାଶି ଲଡୁ ,ଚାଉଳ ଚୁନା ରେ ତିଆରି (ସାଳିବିଡ଼ି) ଆଦି ଭୋଗ ଆକାରରେ ପୂଜା କରାଯାଇଥାଏ ,ସେହିପରି କେତେକ ତେଲୁଗୁ ପରିବାର ମଧ୍ୟ ନାଗ ଦେବତା ଙ୍କୁ ନୂତନ ବସ୍ତ୍ର ଅର୍ପଣ କରିଥାନ୍ତି ,ଏହିପରି ନାଗ ଚତୁର୍ଥୀ ରେ ନାଗ ଦେବତା ଙ୍କୁ ଆନ୍ଧ୍ରପ୍ରଦେଶ ରେ ସମସ୍ତ ପ୍ରକାର ଲୋକ ଏହି ପୂଜା କରୁଥିବା ଦେଖିବାକୁ ମିଳିଥାଏ ସେହିପରି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ର ସମସ୍ତ ଅଞ୍ଚଳ ରେ ମଧ୍ୟ ନାଗ ଚତୁର୍ଥୀ ପୂଜା ପାଳିତ ହୋଇ ଯାଇଛି। ନାଗ ଚତୁର୍ଥୀ ପୂଜା ମୁଖ୍ୟତଃ ନାଗ ଦେବତା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କରାଯାଏ,କାରଣ ନାଗ ଦେବତା ଈଶ୍ୱର ଙ୍କ ଗଳାରେ ଧାରଣ ହୋଇ ଥିବାରୁ ଦେବ ଦେବ ମହାଦେବ ଙ୍କ ବାହାନ ବୋଲି ମଧ୍ୟ କୁହାଯାଏ, ଏହି ପୂଜା କରିବା ଦ୍ୱାରା ପରିବାର ରେ ସୁଖ ଶାନ୍ତି ବଜାୟ ରହିବା ସହ ରୋଗ ପୀଡା ରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ଏବଂ ଫସଲ ଭଲ ଅମଳ ହୋଇଥାଏ ବୋଲି କୁହାଯାଏ, ଶୁକ୍ରବାର ଦିନ ସକାଳୁ ସକାଳୁ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ନୂଆ ବସ୍ତ୍ର ପରିଧାନ କରି ସାପ ହୁଙ୍କା ନିକଟକୁ ଯାଇ ସର୍ପ ମାନଙ୍କ ଉଦ୍ଦେଶ୍ୟ ରେ ପୂଜା କରୁଥିବା ଦେଖିବାକୁ ମିଳିଥିଲା ,ଏହି ନାଗ ଦେବତା ଙ୍କୁ ଆଜିର ଏହି ନାଗ ଚତୁର୍ଥୀ ବହୁ ପୁରାତନ କାଳରୁ ଚାଲି ଆସିଥିବା ବେଳେ ଏହା ବର୍ତ୍ତମାନ ସମୟରେ ପରମ୍ପରା ଭାବେ ଚାଲି ଆସୁଛି ବୋଲି କହନ୍ତି ତେଲୁଗୁ ସମ୍ପ୍ରଦାୟର ପରିବାର। ଉକ୍ତ ପୂଜା କୁ ତେଲୁଗୁ ପରିବାର ମାନଙ୍କ ର ଅନ୍ୟାନ୍ୟ ପୂଜା ମାନଙ୍କ ମଧ୍ୟରୁ ଏହା ଏକ ଅନ୍ୟତମ ପୂଜା ବୋଲି ତେଲୁଗୁ ସମ୍ପ୍ରଦାୟ ପରିବାର ପକ୍ଷରୁ କୁହାଯାଇଛି ।

 

ରିପୋର୍ଟ ସଞ୍ଜିବ କୁମାର ଦାଶ

You may have missed