July 6, 2024

ବନାଞ୍ଚଳ କାର୍ଯ୍ୟାଳୟରେ ସ୍ବାସ୍ଥ୍ୟ ସେବା ଶିବିର 

Share

ବନାଞ୍ଚଳ କାର୍ଯ୍ୟାଳୟରେ ସ୍ବାସ୍ଥ୍ୟ ସେବା ଶିବିର

ବୁଗୁଡା : ତା ୧୭/୧୧/୨୩ : ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ସ୍ବପରିସରରେ ବନ କର୍ମଚାରୀଙ୍କ ପାଇଁ ଏକ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ,ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ସୁଧାଂଶୁ ଶେଖର ପାଢ଼ୀ , ମଦନଗୋପାଳ ଦୋରା, କେ.ନୀଳ ମାଧବ ଆଚାରୀ ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟ ସେବାର ଆଭିମୁଖ୍ଯ ସଂପର୍କରେ ମତବ୍ଯକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁରେଶ ପ୍ରସାଦ ସରାଫ ସଂଯୋଜନା କରିଥିଲା ବେଳେ ଏଥିରେ ଡାକ୍ତର ଦୟାନିଧି ରାଉତ ଓ ଫାର୍ମାସିଷ୍ଟ ଚିତରଞ୍ଜନ ନାହାକ ଯୋଗ ଦେଇ ବୁଗୁଡା ବନାଞ୍ଚଳର ୫୦ ଜଣ କର୍ମଚାରୀ ଏବଂ ୫୦ ଜଣ ବନ ସୁରକ୍ଷା ସମିତିର ଏନିମେଟର୍ ଏପରି ମୋଟ ୧୦୦ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରିଥିଲେ । ଶିବିର ପରିଚାଳନାରେ ବନପାଳ ଶୁଭାଙ୍ଗ ରୟତ୍, ସୁବ୍ରତ କୁମାର ତ୍ରିପାଠୀ, କ୍ଷୀରୋଦ ଚନ୍ଦ୍ର ଗୌଡ, ସନ୍ତୋଷ କୁମାର ସାହୁ ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

You may have missed