July 6, 2024

ଭାଗବତ ସପ୍ତାହ,ଜ୍ଞାନଯଜ୍ଞରେ ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରବକ୍ତା ମଦନ ଗୋପାଳ ଦାସ ମହାରାଜ।

Share

ଭାଗବତ ସପ୍ତାହ,ଜ୍ଞାନଯଜ୍ଞରେ ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରବକ୍ତା ମଦନ ଗୋପାଳ ଦାସ ମହାରାଜ।

ମୁନିଗୁଡ଼ା:ଟା୧୭-୧୧ ରାୟଗଡା ଜିଲ୍ଲା ମୁନିଗୁଡାର ପାଇକସାହିସ୍ଥିତ ଖେଳ ପଡିଆ ପରିସରରେ ରାଧା ଦାମୋଦର ଭାଗବତ ପ୍ରବଚନ କମିଟି ତରଫରୁ ଭାଗବତ ସପ୍ତାହ ଓ ଜ୍ଞାନଯଜ୍ଞ ଗତ ୧୪ନଭେମ୍ବର ରୁ ଆରମ୍ଭ ହୋଇ ୨୦ନଭେମ୍ବରରେ ପୂର୍ଣ୍ଣାହୁତି ହେବ ବୋଲି ଭାଗବତ ପ୍ରଚାର କମିଟି ତରଫରୁ ସୂଚନା ମିଳିଛି।ଏହି ଆଧ୍ୟାତ୍ମିକ ଭରା ଜ୍ଞାନଯଜ୍ଞ ପରିସରରେ ବୃନ୍ଦାବନ ଧାମ ରାଧାକୁଣ୍ଡରୁ ଭଗବତ ପ୍ରବକ୍ତା ମୋଦନ ଗୋପାଳ ଦାସ ମହାରାଜ ପ୍ରବଚକ ଭାବେ ଯୋଗ ଦେଇ ପବିତ୍ର ଭାଗବତର ବିଭିନ୍ନ ଶ୍ଳୋକ ଓ ଭାଗବତର ପ୍ରତେକଟି ଦିବ୍ୟ ଜ୍ଞାନକୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ସହ ଲୀଳାମୟ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାକୁ ପ୍ରବଚନ ମାଧ୍ୟମରେ ଭକ୍ତ ମାନଙ୍କୁ ପ୍ରତ୍ୟହ ଶୁଣାଉଛନ୍ତି।ଏଥିସହ ସତ୍ୟ ସନାତନ ମାର୍ଗରେ ଚାଲିବା,ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ତାଙ୍କ ପଦାରବିନ୍ଦରେ ନିଜକୁ ସମର୍ପି ଦେବା,ଗୁରୁ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ସହ ଆଧ୍ୟାତ୍ମିକ ସଚେତନତାର ମାର୍ଗ ଦର୍ଶନ ଦେଉଛନ୍ତି ।ପ୍ରବଚନ ମଧ୍ୟରେ ପ୍ରଭୁଙ୍କ ବିଭିନ୍ନ ଅବତାର ଲୀଳା,ଆଦର୍ଶ ବୋଧତା ଏବଂ ସ୍ଵଧର୍ମ ରକ୍ଷା ପାଇଁ ସମର୍ପିତ ତନ,ମନ,ଜୀବନର ସମର୍ପଣ ବିଷୟ ଶୁଣୁଶୁଣୁ ଭକ୍ତ ମାନେ ଭାବ ବିହୁଳ ହୋଇ ପଡ଼ୁଥିବା ଦେଖିବାକୁ ମିଳୁଛି।ଏହି ଆଧ୍ୟାତ୍ମିକ ଭରା ପ୍ରବଚନ ସ୍ଥଳରେ ପ୍ରତେକ ଦିନ ପ୍ରଭୁନାମ ସଂକୀର୍ତନ ଅହରହ ଚାଲିଛି।ପ୍ରଵକ୍ତା ଶ୍ରୀ ଦାସ ମହାରାଜଙ୍କୁ ପ୍ରତ୍ୟହ ଭକ୍ତ ଓ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡପ ନିକଟକୁ ସ୍ୱାଗତ କରିନେବା ପରେ ପ୍ରଭୁଙ୍କ ନିକଟରେ ମଙ୍ଗଳ ଆଳତି କରାଯାଉଛି ।ଭକ୍ତ ମାନେ ବିଭୋର ହୋଇ ଶ୍ରୀକୃଷ୍ଣ ନାମ ସଙ୍କୀର୍ତ୍ତନ ମଧ୍ୟରେ ନିଜକୁ ସମର୍ପିତ କରି ଆନନ୍ଦ ଉଲ୍ଲାସରେ ନାଚିନାଚି ନିଜକୁ ହଜାଇ ଦେଉଛନ୍ତି। ଉକ୍ତ ଭାଗବତ ସପ୍ତାହ, ଜ୍ଞାନଯଜ୍ଞ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୨୦ ତାରିଖରେ ମହା ଆଡମ୍ବରରେ ଉଦଯାପିତ କରାଯିବ ବୋଲି କମିଟିର ଆବାହକ ଜାମି ମହେଶ ଓ ରଜତ ମହାରଣା ପ୍ରକାଶ କରିଛନ୍ତି l ପବିତ୍ର କାର୍ତିକ ମାସ ହୋଇଥିବାରୁ ମୁନିଗୁଡାର ମୁନିଖୋଲ,ପାଇକସାହି, ଗୌଡ଼ସାହି,ଗଣେଶ ନାଗର,ସୁଣ୍ଡି ସାହି,ବଗିଚା ସାହି, ଜଗ କଲୋନୀ ଖମଣସାହି,ଗୋବର୍ଦ୍ଧନ, ଗତିଗୁଡା,ଟିକରପଡା ସହ ଆଖପାଖ ଗ୍ରାମ ତେଲେଙ୍ଗାପଦର,ଗଙ୍ଗରପଡା, ଭୈରବଗଡ଼,କୁଟ୍ରାଗଡ଼ ସହ ବିଭିନ୍ନ ଗ୍ରାମାଞ୍ଚଳର ଭାଗବତ ଟୁଙ୍ଗୀର ଭାଗବତ ପ୍ରେମୀ ଓ ଭକ୍ତ ମାନେ ଏହି ଭାଗବତ ସପ୍ତାହ ପ୍ରଵଚନ ଓ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି l ପ୍ରତେକ ଦିନ ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣଭୋଗର ଆୟୋଜନ କରାଯାଉଛି।ଏହି ଭବ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମକୁ ରାଧାଦାମୋଦର ଭାଗବତ ପ୍ରବଚନ କମିଟିର ରୁଦ୍ରପ୍ରସାଦ ରତ୍ନାଲୁ,ପ୍ରଭାକର ଲବଲା,ଅଜିତ ମହାରଣା,ବଂଶୀଧର ନନ୍ଦ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରୁଛନ୍ତି ।

You may have missed