July 6, 2024

ବାଲିପଦର ହାଇସ୍କୁଲରେ ବ୍ଲକ୍ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ 

Share

ବାଲିପଦର ହାଇସ୍କୁଲରେ ବ୍ଲକ୍ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ

ବୁଗୁଡ଼ା : ତା ୧୭/୧୧/୨୩ : ବୁଗୁଡ଼ା ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ବାଲିପଦର ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବଟି ବିଇଓ ଚିନ୍ମୟ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ସନ୍ତୋଷ କୁମାର ଜେନା , ମୁଖ୍ୟ ବକ୍ତା ଭାବେ ତହସିଲଦାର ତାପସ ରାଉତ , ସମ୍ମାନିତ ଅତିଥି ଭାବେ ଆଇଆଇସି ଶର୍ମିଷ୍ଠା ପ୍ରଧାନ , ଏବିଇଓ ଅମିତା କୁମାରୀ ପାଢୀ , ଅବନୀ କୁମାର ପଟ୍ଟନାୟକ ଓ ତପସ୍ବିନୀ ସାହୁ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଜେନା ଓ ଗିରିଧାରୀ ସ୍ବାଇଁ , ବିଆରସିସି ସିମାଞ୍ଚଳ ସେଠୀ ଓ ସିଆରସିସି ବିଶ୍ବଜିତ୍ ପରିଡା ପ୍ରମୁଖ ଯୋଗ ଦେଇ ଶିଶୁ ବିଜ୍ଞାନୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଏହି ପ୍ରଦର୍ଶନୀରେ ହାଇସ୍କୁଲ ସ୍ତରରୁ ୪୭ଟି ଏବଂ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ୬୫ଟି ହିସାବରେ ମୋଟ ୧୧୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା ବେଳେ ବିଚାରକ ଭାବେ ବାଲିପଦର କଲେଜର ରସାୟନ ବିଜ୍ଞାନ ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ ଓ ପଦାର୍ଥ ବିଜ୍ଞାନ ପ୍ରାଧ୍ଯାପକ କିଶୋର ଚନ୍ଦ୍ର ପଣ୍ଡା ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଉକ୍ତ ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ସମ୍ମାନିତ ଅତିଥି ଭାବେ ବାଲିପଦର ପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ସମସ୍ତ ଶିଶୁ ବିଜ୍ଞାନୀଙ୍କୁ ପ୍ରମାଣ ପତ୍ର ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲା ବେଳେ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ଅଂଶ ଗ୍ରହଣ ପାଇଁ ଭଗବାନପୁର ହାଇସ୍କୁଲର ଶ୍ରେୟାଶ ସାଇଦର୍ଶନ , ବାଲିପଦର ହାଇସ୍କୁଲର ବିୟୁଟି ପାତ୍ର , ଗୋଲିଆ ଆଦର୍ଶ ବିଦ୍ୟାଳୟର ସ୍ମୃତିପ୍ରଜ୍ଞା ସ୍ବାଇଁ ଓ ବି.କରଡ଼ାବାଡ଼ି ହାଇସ୍କୁଲର ସନ୍ଦିପ୍ତା ପାତ୍ର ପ୍ରମୁଖ କୃତି ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଥିଲା । ବାଲିପଦର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳାଚଳ ପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ପ୍ରଦର୍ଶନୀକୁ ଅନ୍ଯାନ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲା ବେଳେ ଏନସିସି ଛାତ୍ରଛାତ୍ରୀମାନେ ଶୃଙ୍ଖଳା ରକ୍ଷା କରିବାରେ ସହାୟତା କରିଥିଲେ ।

You may have missed