October 5, 2024

ମରୁଡ଼ି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ଟିମ

Share

ମରୁଡ଼ି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ଟିମ

କୁକୁଡ଼ାଖଣ୍ତି ବ୍ଳକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପିସିସି କିସାନ କଂଗ୍ରେସ ପକ୍ଷରୁ ଅନୁଧ୍ୟାନ କାରୀ ମଣ୍ଡଳୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ କୁକୁଡ଼ାଖଣ୍ତି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ନିଅଣ୍ଟିଆ ବର୍ଷା ଯୋଗୁଁ କୁକୁଡ଼ାଖଣ୍ତି ବ୍ଲକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି।ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଆଖି ଆଗରେ ବର୍ଷକର ଫସଲ ଉଜୁଡ଼ି ଯାଇଛି | ଧାର କରଜ କରି ବିଳମ୍ବରେ ହେଲେ ମଧ୍ୟ ଚାଷୀ ନିଜର ଜମିକୁ ଉଠିଆ କରିଥିଲା । ହେଲେ ଅଭାବୀ ବର୍ଷା ଏଥ‌ିରେ ଦାଉ ଯାଜିଲା। କୁକୁଡ଼ାଖଣ୍ତି ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ଥିତି ସଙ୍ଗୀନ ରହିଛି । ଧାନ ଫସଲ ଜଳି ପୋଡ଼ି ନଷ୍ଟ ହେବା ସହ ଜମି ଫାଟି ଆଁ କରି ରହିଛି । ବନ୍ଧ, ଗାଡିଆ, ଜଳାଶୟ ସବୁ ଶୁଷ୍କ ଅବସ୍ଥାରେ ରହିଛି। ଗାଁ ଲୋକେ ଅଭିଯୋଗ କରିବା ପରେ ବାଲିପଡା , ଡେଙ୍ଗାପଦର, କୁମ୍ଭଜରି, ବିରିବାଡିଆ, ନାରାୟଣପୁର, ସିଦ୍ଧେଶ୍ୱର ଗାଁ ବୁଲି ଦେଖିବା ସହ ସ୍ଥିତି ପରଖି ଥିଲେ | ନିକଟରେ ମରୁଡ଼ି ଦ୍ବାରା କ୍ଷତି ହୋଇଥ‌ିବା ଫସଲ ପାଇଁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ନିବେଦନ କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀ ରେ କିସାନ କଂଗ୍ରେସ ର ରାଜ୍ୟ ଉପାଧ୍ୟକ୍ଷ ବୁନ୍ଦାବନ ଖଟେଇ , ରାଜ୍ୟ କିସାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ଜିଲ୍ଲା କିସାନ କଂଗ୍ରେସ ସଭାପତି ଶ୍ୟାମ ସୁନ୍ଦର ଦୋରା , ରାଜ୍ୟ ସାଧାରଣ ସଂପାଦକ ସାଇ ପ୍ରସାଦ ପାତ୍ର, ସଂପାଦକ ରାମ ବିଶ୍ଵାସ ରାୟ , ସୁବାସ ରାଉତ , କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ପି. ଶିବପ୍ରସାଦ ଦୋରା, ଦିଗପହଣ୍ଡି ବ୍ଲକ କଂଗ୍ରେସ ସଭାପତି ଅଭିମନ୍ୟୁ ଜାନୁ, ସାନଖେମୁଣ୍ଡି ବ୍ଲକ କଂଗ୍ରେସ ସଭାପତି ବାବୁଲା ଦୋରା , ଛତ୍ରପୁର ର ନେତା ଭାଗିରଥି ବେହେରା ଓ ବ୍ଲକ ସଭାପତି ଅବନୀ ସତପଥୀ , ବୋକିଲି ସେଠୀ, ଜିଲ୍ଲା ସଂପାଦକ ଦଣ୍ଡପାଣି ପାତ୍ର, ଚିକିଟି ବ୍ଲକ କଂଗ୍ରେସ ସଭାପତି ଶଙ୍କର ଅଧିକାରୀ ପ୍ରମୁଖ ଜିଲ୍ଲା ଗସ୍ତ କରୁଛନ୍ତି। ଏଥିରେ ଏ. ଭରତ, ସୁବାଷ ଚନ୍ଦ୍ର ବେହେରା, ଦିବାକର ଜେନା, ଦୁର୍ଯ୍ୟୋଧନ ବିଷୋୟୀ, ଶଙ୍କର୍ଷଣ ସାହୁ,ରାମ ନାରାୟଣ ବିଶ୍ୱାସ ରାୟ,ସନ୍ତୋଷ ଗୌଡ଼,ସିମା ବିଷୋୟୀ, ନରସିଂହ ବିଷୋୟୀ, ସୌରୀ ସ୍ୱାଇଁ, ଦଣ୍ଡପାଣି ନାୟକ,ସଞ୍ଜୟ କୁମାର ଜେନା,ସୁଶାନ୍ତ କୁମାର ପାଣି,ଭଗବାନ ସ୍ୱାଇଁ, ସାଇ ପ୍ରସାଦ ପାତ୍ର,ରମେଶ ଚନ୍ଦ୍ର ସାହୁଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତରେ ଅନ୍ୟ ପକ୍ଷରେ ଚାଷ ଜମିକୁ ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ଜଳସେଚିତ କରିବାକୁ ଦାବି କରିଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ