September 29, 2024

ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭାର ବେଲଗୁଣ୍ଠା ତହସିଲ ସମୁଖରେ ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ

Share

ବେଲଗୁଣ୍ଠା,17/10,ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ଓଡ଼ିଶା କୃଷକ ସଭା ପକ୍ଷରୁ ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ବିଶେଷ କରି ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ,ଧାନ ରୁଆ ହୋଇ ନଥିବା ଜମିର ଚାଷୀଙ୍କୁ କ୍ଷତି ପୂରଣ,ଜଳସେଚନ ଓ ପିଇବା ପାଣି ଦାବୀ ନେଇ କୃଷକ ସଭା ସଦସ୍ୟ ମାନେ ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତହସିଲଦର ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଏହା ସହିତ ଏହି ସ୍ମାରକ ପତ୍ରର ଏକ କିତା ନକଲ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି I ଏହି ବିକ୍ଷୋଭରେ କୃଷକ ସଭା ଜିଲ୍ଲା ଉପସଭାପତି ଦାସ ଗମାଙ୍ଗ, କମିଟି ସଭ୍ୟ ନୀଳମଣୀ ଗୁରୁ,ବିଭୁ ପ୍ରସାଦ ପାଣିଗ୍ରାହୀ, ମୁଗୁନା ଗମାଙ୍ଗ,ବୁଲୁ ବଡ଼ ରଇତ,ଲକ୍ଷ୍ମଣ ନାୟକ,ଗଣେଶ ପଗଡ଼, ଲୋଧା ଗମାଙ୍ଗ ପ୍ରମୁଖ ଅଂଶଗ୍ରହଣ କରିଥିଲେ I

ଫଟୋ