ଗଣେଶ ଚତୁର୍ଥୀ ଓ ନୂଆଁଖାଇ ଭେଟଘାଟ ପାରମ୍ପରିକତା, ସଂସ୍କୃତି ଓ ସମ୍ମାନରେ ମୁଖରିତ ହେଲା ପଡ଼ିଆବାହାଲ
ପଡ଼ିଆବାହାଲ, ୧୭. ୦୯: ଶ୍ରୀ ଲଷ୍ମୀନାରାୟଣ ଯୁବ ସଂଘ, ପଡ଼ିଆବାହାଲ ପକ୍ଷରୁ ଶ୍ରୀ ଗଣେଶ ଚତୁର୍ଥୀ ଓ ନୂଆଁଖାଇ ଭେଟଘାଟ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ପାରମ୍ପରିକତା, ଭାଇଚାରା, ସାମାଜିକ ଏକତା ଓ ପଶ୍ଚିମ ଓଡ଼ିଶାର ସମୃଦ୍ଧ ସଂସ୍କୃତିର ଅନନ୍ୟ ସମନ୍ୱୟ ପରିଲକ୍ଷିତ ହୋଇଥିଲା।
ବୁଧବାର ସ୍ଥାନୀୟ ପଧାନପାଲି ଖେଳପଡ଼ିଆଠାରେ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସୁନୀଲ ପଟ୍ଟନାୟକ, ଜୟଲାଲ ବେହେରା, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ପଣ୍ଡା, ବିଜୟ କୁମାର ନାୟକ, ବାହାମ ସରପଞ୍ଚ ସରସ୍ୱତୀ ଭୋସାଗର, ପୂର୍ବତନ ସରପଞ୍ଚ ମିତ୍ରଭାନୁ ପ୍ରଧାନ, ଦେବାନନ୍ଦ ଭୋସାଗର, ଟିକି ପ୍ରଧାନ, ପ୍ରମୋଦ ମଗର, ସାମ୍ବାଦିକ ରାଧାମୋହନ ଷଡ଼ଙ୍ଗୀ ଓ ଆଶୁତୋଷ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ ନୂଆଁଖାଇ ପର୍ବର ଐତିହ୍ୟ, ପରମ୍ପରା, କୃଷିଭିତ୍ତିକ ଜୀବନଧାରା, ସାମାଜିକ ଏକତା ଓ ଭାଇଚାରା ଉପରେ ଆଲୋଚନା କରିଥିଲେ। ନୂଆଁଖାଇ କେବଳ ନବାନ୍ନ ଭକ୍ଷଣର ପର୍ବ ନୁହେଁ, ବରଂ ଏହା ମାଟି, ଚାଷୀ, ପରିବାର, ସମ୍ପର୍କ ଓ ସାମୂହିକ ସଂସ୍କୃତି ପ୍ରତି କୃତଜ୍ଞତାର ଏକ ମହାନ ପରମ୍ପରା ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ କୃଷି ଯନ୍ତ୍ର ଓ ଶିଳ୍ପ କାରିଗର ଲବଣୀଧର ନାୟକ, ବାଦ୍ୟଶିଳ୍ପୀ ତଥା ବାଦ୍ୟ କାରିଗର ମହାନନ୍ଦ, ସଂସ୍କୃତିପ୍ରେମୀ ଓ ସମାଜସେବୀ ଜୟନ୍ତ ପ୍ରଧାନ ଏବଂ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ ସଂଘ ପକ୍ଷରୁ ‘ନୂଆଁଖାଇ ସମ୍ମାନ’ ପ୍ରଦାନ କରାଯାଇଥିଲା। ନିଜ ନିଜ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରି ସଂଘ ସମାଜ ପ୍ରତି ସେମାନଙ୍କର ଭୂମିକାକୁ ସ୍ୱୀକୃତି ଦେଇଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଘର ସଭାପତି ସ୍ମୃତି ସ୍ୱରୂପ ବାରିକ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବାବେଳେ ସମ୍ପାଦକ ପ୍ରବୀଣ ସୁପକାର ଅତିଥି ପରିଚୟ ପ୍ରଦାନ କରିଥିଲେ।
ପରବର୍ତ୍ତୀ ସାଂସ୍କୃତିକ ସନ୍ଧ୍ୟାରେ ପ୍ରୟାସ କୁମାର ନାଥ ଓ ନିୟତି ମଗର ଙ୍କ ସଂଯୋଜନାରେ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନର କଳାକାର ଓ ବିଶିଷ୍ଟ ସମ୍ବଲପୁରୀ ନୃତ୍ୟ ଗୁରୁ ଆଲୋକ କୁମାର ପଣ୍ଡା ଓ ଦଳ ସମ୍ବଲପୁରୀ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ମନମୁଗ୍ଧକର ସାଂସ୍କୃତିକ ପରିବେଷଣରେ ଦର୍ଶକମାନେ ଝୁମି ଉଠିଥିଲେ। ଲୋକଗୀତ, ଲୋକନୃତ୍ୟ ଓ ସମ୍ବଲପୁରୀ କଳାର ଏହି ରଙ୍ଗାରଙ୍ଗ ପରିବେଷଣ ଉତ୍ସବର ଆକର୍ଷଣକୁ ଆହୁରି ବଢ଼ାଇଥିଲା।ସଂଘର ଈଶ୍ୱର ସାହୁ,ରାଜା ମିଶ୍ର, ଦୀପକ ପ୍ରସାଦ, କିଶୋର ଭୋଇ, ସଂଗ୍ରାମ ମେହେର, ପରକ୍ଷିତ ସୁନାକାଠି, ସୁରଜ ବର୍ମା, ଆୟୁଷ ବେହେରା, ସଞ୍ଜୀବ ଢିଲା କିରଣ ପ୍ରମୁଖ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଡା. ରାଜାରାମ ଷଡ଼ଙ୍ଗୀ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସଂଘର ସଦସ୍ୟମାନଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଓ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।।
