March 10, 2026

ଆନ୍ତର୍ଜାତୀୟ ସ୍ତରରେ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ର ସୁନାମ ଅର୍ଜନ..

IMG-20250917-WA0089
Share

 

ଚଳିତ ମାସ ୧୨.୦୯.୨୦୨୫ ରୁ ୧୪.୦୯.୨୦୨୫ ପର୍ଯ୍ୟନ୍ତ ତିନିଧରି, ହାଇଦ୍ରାବାଦ୍ ର ଗୋଛିୱାଲି ନିକଟସ୍ଥ ବାଲ୍ ୟୋଗି ଷ୍ଟାଡିୟମ୍ ରେ *1st Asian Open International Taekwondo Championship* ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତା ରେ ଭାରତ ସମେତ ବାହାରୁ ୬ଟି ଦେଶ ରୁ ପ୍ରାୟ ଆଠ ଶହ ରୁ ଉର୍ଦ୍ଧ କ୍ରୀଡାବିତ୍ ମାନେ ଅଂଶ ଗ୍ରହଣ କରିଥିଲେ।

 

ଏହି ପ୍ରତିଯୋଗିତା ରେ ଚାରୋଟି ଏଭେଣ୍ଟ ରଖା ଯାଇଥିଲା। ଯାହା କି – କିରୋଗୀ, ପୁମ୍-ସେ, Speed Kicking ଓ Speed Punching ।

 

ଏହି ଚାରୋଟି ଇଭେଣ୍ଟ ରେ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୮ଜଣ ବାଳକ ଓ ୩ଜଣ ବାଳିକା ଅଂଶ ଗ୍ରହଣ କରିଥିଲେ।

 

ଏହି ପ୍ରତିଯୋଗିତା ରେ ସଂଯୁକ୍ତ ବରାଳ Senior Female ପୁମ୍-ସି ବିଭାଗରେ ସ୍ଵର୍ଣ୍ଣ ପଦକ ଓ Speed Punching ରେ ମଧ୍ୟ ସ୍ଵର୍ଣ୍ଣ ପଦକ

 

ଦିବ୍ୟଜିତ୍ ପଟ୍ଟନାୟକ Senior Male କିରୋଗି ବିଭାଗରେ ରୌପ୍ୟ ଓ Speed Punching ରେ କାଂସ୍ୟ ପଦକ

 

ସମୀର ପ୍ରଧାନ Junior Male କିରୋଗି ବିଭାଗରେ ସ୍ଵର୍ଣ୍ଣ ଓ Speed Punching ରେ ସ୍ଵର୍ଣ୍ଣ ପଦକ

 

ପ୍ରତୀକ ବେହେରା Junior Male କିରୋଗି ବିଭାଗରେ ରୌପ୍ୟ ଓ Speed Punching ରେ ରୌପ୍ୟ

 

ଶୁଭମ୍ ମହାପାତ୍ର Junior Male କିରୋଗି ବିଭାଗରେ ସ୍ଵର୍ଣ୍ଣ , ପୁମ୍-ସେ ରେ ସ୍ୱର୍ଣ୍ଣ ଓ Speed Kicking ରେ ରୌପ୍ୟ

 

ପ୍ରିୟାନସୁ ସ୍ୱାଇଁ Cadet Male କିରୋଗି ବିଭାଗରେ ରୌପ୍ୟ, ପୁମ୍-ସେ ରେ ସ୍ୱର୍ଣ୍ଣ, Speed Punching ରେ ରୌପ୍ୟ

 

ଦିଲୀପ ନାୟକ Cadet Male କିରୋଗି ବିଭାଗରେ ରୌପ୍ୟ, ପୁମ୍-ସେ ରେ ସ୍ୱର୍ଣ୍ଣ, Speed Punching ରେ ରୌପ୍ୟ

 

ସାଇ କ୍ରିଷ୍ଣା ସ୍ୱାଇଁ Cadet Male କିରୋଗି ବିଭାଗରେ ସ୍ଵର୍ଣ୍ଣ, ପୁମ୍-ସେ ରେ ସ୍ୱର୍ଣ୍ଣ ଓ Speed Punching ରେ ରୌପ୍ୟ

 

ଲକ୍ଷ୍ମୀ ପ୍ରିୟା ମୁଣ୍ଡା Cadet Female କିରୋଗି ବିଭାଗରେ ସ୍ଵର୍ଣ୍ଣ ଓ ପୁମ୍-ସେ ରେ ସ୍ୱର୍ଣ୍ଣ

 

ସୁଶ୍ରୀ ସମର୍ପିତା ପୃଷ୍ଟି Sub junior Female କିରୋଗି ବିଭାଗରେ ସ୍ଵର୍ଣ୍ଣ , ପୁମ୍-ସେ ରେ ସ୍ୱର୍ଣ୍ଣ ଓ Speed Kicking ରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ସାଇ କୃପା ମହାପାତ୍ର Sub junior male କିରୋଗି ବିଭାଗରେ ସ୍ଵର୍ଣ୍ଣ , ପୁମ୍-ସେ ରେ ସ୍ୱର୍ଣ୍ଣ ଓ Speed Punching ରେ କାଂସ୍ୟ ପଦକ ହାସଲ କରି ଆମ ଜିଲ୍ଲା , ଆମ ରାଜ୍ୟ ତଥା ଆମ ଦେଶ ଦେଶ ପାଇଁ ଏକ ଗୌରବ ଅର୍ଜନ କରିଛନ୍ତି।

 

ଏହି ସଫଳତା ପଛରେ କ୍ରୀଡାବିତ୍ ମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ତଥା ଅଭିଭାବକ ମାନଙ୍କର ସହଯୋଗ ଓ ଆଶୀର୍ବାଦ ଅଛି ବୋଲି ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ଵନାଥ ନାୟକ ମତ ବ୍ୟକ୍ତ କରିଥିଲେ।

 

ଏବଂ ଭବିଷ୍ୟତରେ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ର ସମସ୍ତ କ୍ରୀଡାବିତ୍ ମାନେ କିପରି ଆହୁରି ଉଚ୍ଚ ସ୍ତରକୁ ଉତ୍ତୀର୍ଣ୍ଣ ହେବା ସହ ନିଜ ମାଟି ତଥା ନିଜ ଦେଶ ର ସୁନାମ ଅର୍ଜନ କରୁନ୍ତୁ ବୋଲି ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ଵନାଥ ନାୟକ ପ୍ରୁଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପର୍ଥାନ କରିଥିଲେ।