March 10, 2026

ରେମୁଣା-ମିତ୍ରପୁର-ନିଳଗିରି ରାସ୍ତା ମରଣଯନ୍ତାରେ,ପ୍ରଶାସନ କରୁଛି କ’ଣ ?

IMG-20250917-WA0002
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ରାସ୍ତା ପ୍ରଶସ୍ତିକରଣ ଓ ମରାମତି ବାବଦରେ ସରକାର ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି ହେଲେ ସୁଧୁରୁ ନାହିଁ ରାସ୍ତାର ଅବସ୍ଥା । କମୁନି ଦୁର୍ଘଟଣା ଓ ହଟୁନି ଲୋକଙ୍କ ସମସ୍ୟା । ମନଇଚ୍ଛାରେ ଠିକାଦାର କରୁଛି କାମ । ରହୁନାହିଁ ଅଟକଳ ଓ କାର୍ଯ୍ୟ ନିର୍ଘଣ୍ଟ ଫଳକ । ଏପରି ଏକ ରାସ୍ତା ହେଉଛି ରେମୁଣା-ମିତ୍ରପୁର-ନିଳଗିରି ରୋଡ଼ । ପ୍ରଶସ୍ତି କରଣ ନିମନ୍ତେ ବ୍ଯୟ ବରାଦ ହୋଇଥିଲେ ମଧ୍ୟ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଲୋକଙ୍କ ଜୀବନ ମରଣ ସମସ୍ଯାର କାରଣ ହୋଇଛି । ମନ୍ଥର ଗତିରେ ଚାଲିଛି କାମ । ନିମ୍ନମାନର କାର୍ଯ୍ୟ ନେଇ ହେଉଛି ସନ୍ଦେହ । ଏହି ରାସ୍ତାର ଉଭୟ ପାର୍ଶ୍ଵରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ, କଳକାରଖାନା ଓ ଦ୍ବିତୀୟ ଶ୍ରୀକ୍ଷେତ୍ର ଇମାମି ନଗର ଅବସ୍ଥିତ । ବ୍ଯବସାୟ ବାଣିଜ୍ୟ ନିମିତ୍ତ ଉଦ୍ଦିଷ୍ଟ ରାସ୍ତାରେ ଦୈନିକ ଶହଶହ ଭାରିଯାନ,ଜରୁରୀ କାଳୀନ ଗାଡ଼ି, ଯାତ୍ରୀବାହୀ ଗାଡ଼ି ଚଳାଚଳ କରେ । ବେଳେବେଳେ ବେପରୁଆ ଗାଡ଼ି ଚାଳକ ମାନଙ୍କ ପାଇଁ ସ୍କୁଲ, କଲେଜ ଓ ଜନସାଧାରଣଙ୍କ ଜୀବନ ବିପଦପୂର୍ଣ୍ଣ ହେଉଛି । ସବୁ ଜାଣିଶୁଣି ବିଭାଗୀୟ ଅଧିକାରୀ ଓ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ । ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସଂସଦୀୟ କ୍ଷେତ୍ର ରାସ୍ତାର ଅବସ୍ଥା ଯଦି ଏପରି କହିବା କାହାକୁ ଶୁଣିବ କିଏ ? ଚାଲିଛି ଡ଼ବଲ ଇଞ୍ଜିନ ସରକାର । ଏପଟେ ନେତାଙ୍କ ବଡ଼ବଡ଼ ଭାଷଣ ସେପଟେ ଜନସାଧାରଣଙ୍କ ସମସ୍ୟା, ସତରେ କେଡେ ଲଜ୍ଜା ଜନକ ଏକଥା । ତୁରନ୍ତ ରାସ୍ତା ପ୍ରତି ଦୃଷ୍ଟି ନ ଦେଲେ ଆନ୍ଦୋଳନ ସୁନିଶ୍ଚିତ । ସଜ ହେଲେଣି ଜନସାଧାରଣ ଓ ବୁଦ୍ଧିଜୀବୀ ।।