ଖଇରାକୁ ଏନ.ଏ.ସି. ଘୋଷଣା ନେଇ ଧାରଣାରେ ଜନସାଧାରଣ
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ଵର ଜିଲ୍ଲା ଖଇରାକୁ ଏନ.ଏ.ସି.ଘୋଷଣା ନେଇ ଖଇରା ସ୍ବାଭିମାନ ମଞ୍ଚର ଆହ୍ୱାନ କ୍ରମେ ଖଇରା ଅଞ୍ଚଳର ସମସ୍ତ ସାମାଜିକ ଅନୁଷ୍ଠାନ, ସଙ୍ଗଠନ, ବଜାର କମିଟି, ବୁଦ୍ଧିଜୀବୀ, ବ୍ଯବସାୟୀ ଓ ଜନସାଧାରଣଙ୍କ ତରଫରୁ ଖଇରା ବ୍ଲକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶାନ୍ତି ପୂର୍ଣ୍ଣ ଗଣଧାରଣା ଆରମ୍ଭ ହୋଇଛି । ଯେପର୍ଯ୍ୟନ୍ତ ଘୋଷଣା ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଏ ଧାରଣା ଜାରି ରହିବ ବୋଲି ବକ୍ତା ମାନେ ବକ୍ତବ୍ୟରେ କହିଛନ୍ତି । ଖଇରାକୁ ଏନଏସି ଘୋଷଣା କରାଯିବ ନାହିଁ କାହିଁକି ?
ଏ କଥା ପୂର୍ବ ସରକାର ସମୟରେ ବିରୋଧୀ ଦଳ ନେତା ପଦ୍ମଲୋଚନ ପଣ୍ଡା କହିଥିଲେ । କିନ୍ତୁ ନିର୍ବାଚନ ପରେ ବର୍ତ୍ତମାନର ବିଧାୟକ ପଦ୍ମଲୋଚନ ପଣ୍ଡା ବିରୋଧ କରୁଛନ୍ତି, କିନ୍ତୁ କାହିଁକି ?
ଆହୁରି ମଧ୍ୟ କହୁଛନ୍ତି ଖଇରାକୁ ଏନଏସି କରାଇ ଦେବେ ନାହିଁ ଯାହା ଧାରଣାକାରୀଙ୍କ ଆଲୋଚନାରୁ ଜଣାଯାଇଛି । ପୂର୍ବ ସରକାରଙ୍କ ଘୋଷଣାକୁ ମିଥ୍ୟା ବୋଲି କହିବା ବିଧାୟକ ଶ୍ରୀ ପଣ୍ଡାଙ୍କ ପକ୍ଷେ କେତେ ଦୂର ଯୁକ୍ତି ସଂଗତ ତାହା ସମ୍ପୃକ୍ତ ଅଞ୍ଚଳରେ ଆଲୋଚନା ହେଉଛି । ଧାରଣାର ପ୍ରଥମ ଦିନରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ଆଗମନ ଦେଖିବାକୁ ମିଳି ନଥିଲା । ସମସ୍ତଙ୍କର ଗୋଟିଏ ଦାବି ଖଇରାକୁ ଘୋଷଣା । ଯଦି ସରକାର ଘୋଷଣା ନ କରନ୍ତି ଆଗାମୀ ଦିନରେ ଏ ଧାରଣା ଆହୁରି ତୀବ୍ର ଆକାର ଧାରଣା କରି ବୋଲି ଧାରଣାକାରୀ ପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା କେବେ ଏନଏସି ମାନ୍ୟତା ମିଳୁଛି ଖଇରାକୁ ।।
