ଉମରକୋଟ ରେ ୭୮ ତମ ସ୍ବାଧିନତା ଦିବସ ପାଳିତ……………
ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଡି.ଏନ.କେ ମିନି ଷ୍ଟାଡିୟମରେ ବହୁ ଆଡମ୍ବରରେ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସାଂସଦ ସମସ୍ତ ଜିଲ୍ଲାବାସୀ ତଥା ଭାରତୀୟଙ୍କୁ ସମ୍ବୋଧିତ କରିବା ସହ ଏକ ନୂଆ ଭାରତ ଗଠନ ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି। ଏଥି ସହ ସମସ୍ତ ପ୍ରସାଶନିକ ଅଧିକାରୀ ଏବଂ ପ୍ରତ୍ୟେକ ନାଗରିକଙ୍କୁ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ସହ ବିକାଶର ଧାରାକୁ ଅବ୍ୟାହତ ରଖିବା ପାଇଁ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପୈାର ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରା, ବ୍ଲକ ଅଧକ୍ଷା ଶ୍ରୀମତୀ ସୁଶିଳା ମାଝୀ, ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମଧୁ ସିକ୍ତା ମିଶ୍ର, ପୌରପାଳିକା ର ଉପାଧକ୍ୟ ଶ୍ରୀ ସୁଧାଂଶୁ ଦାସ, ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ, ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତି ରଞ୍ଜନ ରଥ, ତହସିଲଦାର ତଥା ସ୍ୱାଧୀନତା କମିଟିର ସଭାପତି ଶ୍ରୀ ମେଘବାନ ବାଗ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବିକାଶ ସରକାର ଓ ଜେଇଲ ସୁପରିଟେଣ୍ଡେଟ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ସହରର ଭଭନ୍ନ ସ୍କୂଲ ଓ କଲେଜ ର ଏନ,ସି,ସି,ସ୍କାଉଟ ମାନଙ୍କ ସହ ଅଠର ଗୋଟି, ସ୍କୂଲର ଭିଭିନ୍ନ ଟ୍ରପ ପେରଡ଼ରେ ଭାଗ ନେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବକୃତା ପ୍ରତିଜାଗିତା, ସଙ୍ଗୀତ, ଚିତ୍ରଙ୍କନ ,ଭଳି ସ୍ୱାଧୀନତା କମିଟି ଦ୍ୱରା କରାଯାଇଥିବା ପ୍ରତିଜଗିତା ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସହ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ସିଲଡ଼ ପ୍ରଦାନ କରାଯାଇଛି ଥିଲା।ସେହି ପରି ପେରଡ଼ରେ ଉନ୍ନତ ପଦର୍ଶନ କରିଥିବା ପେରଡ଼ ଦଳକୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମାନପତ୍ର ସହ ସିଲଡ଼ ପ୍ରଦାନ କରାଯାଇଥିଲା। ସେହିପରି ପେରଡ଼ ପଡ଼ିଆରେ ପ୍ରାୟ ପାଚିସି ଗୋଟି ଛାତ୍ର ଛାତ୍ରୀ ମାନେ ସାଂସ୍କୁତିକ ଦଳ ଦ୍ଵାରା ଦେଶାତ୍ମକ ନୃତ୍ୟ ପ୍ରତି ଜଗୀତରେ ଉତ୍ତୀର୍ଣ୍ଣ ହୋଇଥିବା ସାଂସ୍କୁତିକ ଦଳକୁ କମିଟି ତରଫରୁ ମାନପତ୍ର ସହ ସିଲଡ଼ ପ୍ରଦାନ କରିବା ସହ ମାନ୍ୟବର ସ୍କୂଲ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରଥମ ବିଜେତା ପାଞ୍ଚ ହଜାର ଓ ଦୂତୀୟ ବିଜେତା ଙ୍କୁ ତିନି ହଜାର, ତୃତୀୟ ବିଜେତାଙ୍କୁ ଦୁଇ ହଜାର ଟଙ୍କା ଅର୍ଥ ରାଶି ମୁଖ୍ୟ ଅତିଥି ଶ୍ରୀ ମାଝୀଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମ ଟିକୁ ସହଯୋଗ କରିଥିଲେ ସ୍ୱାଧୀନତା କମିଟିର ସଭ୍ୟ ଶ୍ରୀନବାସ ପଟନୟାକ,ଝାଡଶ୍ୱର ମହାନ୍ତି, ରାମ ନାୟକ,ଟୁଲୁ ସାହୁ, ଶ୍ରୀ ଦୁର୍ଗା ପ୍ରସାଦ ମଲିକ,ଇଂ, ଚନ୍ଦନା ମଲିକ,ନରେଶ ପଟନାୟକ,କୃଷ୍ଣ ପଟନୟାକ, ରାଜସ୍ୱ ନିରୀକ୍ଷାକ ରାଜେଶ ଦେଉରୀ, ତହସିଲ କାର୍ଯ୍ୟାଳୟର ମୁଖ୍ୟକିରାଣି ସୁଧାଂଶୁ ମିଶ୍ର ,ସୁନୀଲ ଜେନା,ସହ ଅନ୍ୟ କର୍ମଚାରୀ ସହ ଜି, ଆଇ, ଟି କମ୍ପୁଟର ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।