November 15, 2024

ବରଗଡରେ ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

Share

ବରଗଡ : (ଉପାନ୍ତ ଖବର) ୧୬.୦୮.୨୦୨୪ ବରଗଡ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆ ଠାରେ ମହାସମାରୋହରେ ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ମାନନୀୟ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ଆଦିତ୍ୟ ଗୋୟଲ (ଭା.ପ୍ର.ସେ.) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ଏବଂ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ବରଗଡ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟାଦ, ପଦ୍ମ ପୁରସ୍କାର ପ୍ରାପ୍ତ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବ୍ୟକ୍ତିବିଶେଷଙ୍କ ସମେତ ଶିକ୍ଷା, କ୍ରିଡା ତଥା ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ସ୍ଵାଧୀନତା ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ଅବସରରେ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ନାତୁଣୀ ଶ୍ରୀମତୀ ନିହାରୀକା ଗିରି, ଶହୀଦ ମାଧୋ ସିଂଙ୍କ ସପ୍ତମ ପିଢୀର ଦାୟାଦ ଶ୍ରୀ ରଞ୍ଜିତ ସିଂ ବରିହା, ପଦ୍ମଶ୍ରୀ ଭାଗବତ ପ୍ରଧାନ, ପଦ୍ମଶ୍ରୀ ହଲଧର ନାଗ, ବାନ୍ଧ କଳା କ୍ଷେତ୍ରରେ କବୀର ହସ୍ତତନ୍ତ ପୁରସ୍କାର ପ୍ରାପ୍ତ ଶ୍ରୀ ରାମକୃଷ୍ଣ ମେହେର, ଶ୍ରୀ ଗଜପତି ମେହେରଙ୍କ ସମେତ ୧୭ ଜଣ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା । ବରଗଡ଼ ପୌରପାଳିକା ତରଫରୁ ଶ୍ରେଷ୍ଠ ସେବା ପାଇଁ ମନାଲିପ୍ରଭା ବଗର୍ତ୍ତି, ଜାଗୃତି ସ୍ଵୟଂ ସହାୟକ ଗୋଷ୍ଠୀ, ଗାନ୍ଧୀନଗର ବସ୍ତି ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରଯାଇଥିଲା । ଆନ୍ତର୍ଜାତୀୟ ଗବେଷଣା ବିଶାରଦ ଭାବେ ଘେଁସ ଗ୍ରାମର ଡା. ଚିତ୍ତରଞ୍ଜନ ସାହୁ ଏବଂ ସର୍ବୋତ୍ତମ ଏନ.ସି.ସି. କେଡେଟ ଭାବେ ଇମ୍ପେରିଆଲ କଲେଜ ଛାତ୍ର ଚୂଡାମଣି ଶତପଥୀ, ସଂସ୍କାର ଇଣ୍ଟରନାସନାଲ ସ୍କୁଲର ଛାତ୍ରୀ ଉଷାରାଣୀ ଦୋରା ଏବଂ ଦଶମ ବୋର୍ଡ ପରୀକ୍ଷାରେ ବରଗଡ଼ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ବି.ଏସ.ଇ, ସି. ବି.ଏସ.ଇ ଏବଂ ଆଇ.ସି.ଏସ.ଇ. ବୋର୍ଡରୁ ଜଣେ ବାଳକ ଏବଂ ଜଣେ ବାଳିକାଙ୍କୁ ମିଶାଇ ସର୍ବମୋଟ ୬ ଜଣ ଛାତ୍ର/ଛାତ୍ରୀଙ୍କ ସମେତ ପ୍ୟାରେଡ ଏବଂ ସଂସ୍କୃତିକ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମିନା (ଭା.ପୋ.ସେ.) ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ମୁଖ୍ୟ ଅତିଥିଙ୍କୁ ପେରେଡ ପଡିଆ ମଂଚ ଉପରକୁ ପାଛୋଟି ଆଣିଥିଲେ। ଜିଲ୍ଲାପାଳ ଶ୍ରୀ ଗୋୟଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବ୍ୟାଣ୍ଡ ଦ୍ୱାରା ପରିବେଷିତ ରାଷ୍ଟ୍ରୀୟ ସଂଗୀତ ଏବଂ ତତ୍ପରେ ରିଜର୍ବ ପୋଲିସ ନିରୀକ୍ଷକ ତଥା କମାଣ୍ଡର ଶ୍ରୀ ସନ୍ତୁନୁ ପ୍ରଧାନୀଙ୍କ ଦ୍ଵାରା ପରିଚାଳିତ ପରେଡରେ, ପୋଲିସ, ସମର ଶିକ୍ଷାର୍ଥୀ ବାହିନୀ, ରେଡ଼-କ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ୍ ଏବଂ ଗାଇଡ୍ ଓ ସିଭିଲିଆନ ସମେତ ୩୬ ଗୋଟି ଟ୍ରୁପ ରାଷ୍ଟ୍ରୀୟ ଏକତାର ପରିଚୟ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇ ଏବଂ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇ ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ବରଗଡ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ବୀରତ୍ଵ ଏବଂ ବଳିଦାନର ଇତିହାସ ବିଷୟରେ କହିବ ସହ ଜିଲ୍ଲାରେ ପ୍ରଶାସନ ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟକଳାପ ଏବଂ ଯୁଗଉପଯୋଗୀ କାର୍ଯ୍ୟ ସମସ୍ତ ବିଷୟରେ କହିଥିଲେ ।ଏତଦବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଆଲୋକପାତ କରି ଶିକ୍ଷା, ସ୍ୱାସ୍ଥ୍ୟ ସେବା, କ୍ରିଡା, ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ ବିକାଶ କରିବା ସହ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଠନ କରିବା ପାଇଁ ସମସ୍ତ ଜିଲ୍ଲାବାସୀଙ୍କ ସହଭାଗୀତା ଲୋଢିଥିଲେ । ସମ୍ମିଳିତ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ସମେତ ଜିଲ୍ଲା କାରାଗାର ସମସ୍ତ ଅନ୍ତେବାସୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ମିଷ୍ଟାନ୍ନ ଦିଆଯାଇଥିବା ବେଳେ ଜିଲ୍ଲା ମୁଖ୍ୟ କିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରଯାଇଥିଲା। ଦିବସ ପାଳନ ଅବସରରେ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜିଯନ୍ତ୍ର ଯୋଗେ ସହର ରେ ରାମଧଧୂନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଏବଂ ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀ ମିଳିତ ଭାବେ ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ସ୍ଵାଧୀନତା ସଂଗ୍ରାମୀ ତଥା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦିବସର ସମସ୍ତ କାର୍ଯ୍ୟକ୍ରମ ସୁ-ପରିଚାଳନା ପାଇଁ ଅଧିକ୍ଷଣ ଯନ୍ତ୍ରୀ,ପୂର୍ତ୍ତ ବିଭାଗ, ବରଗଡ, ପ୍ୟାରେଡ ପଡିଆରେ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିଲା।ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶେଷ ଦିବସରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ତ୍ରିରଙ୍ଗା କନସୋର୍ଟ ଏବଂ ତ୍ରିରଙ୍ଗା ମେଳା ଆୟୋଜିତ ହୋଇଥିଲା । ଏଥିରେ ଅତିଥି ଭାବେମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡ଼ତିଆ, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ମନିନୀ ଭୋଇ, ପୌରଧାକ୍ଷା ଶ୍ରୀମତୀ କଲ୍ପନା ମାଝି ଏବଂ ଜିଲ୍ଲାପାଳ ଶ୍ରୀ ଗୋୟଲ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

 

ରିପୋର୍ଟ : ବରଗଡ ଜିଲ୍ଲା ପ୍ରତିନିଧି ଜୟନ୍ତ କୁମାର ସେଠ (ଉପାନ୍ତ ଖବର)