October 5, 2024

ବୁଗୁଡ଼ା ପୋଷ୍ଟ ଅଫିସର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା 

Share

 

ବୁଗୁଡ଼ା : ତା ୧୭/୦୭/୨୪ : ବୁଗୁଡା ପୋଷ୍ଟ ଅଫିସର ମହିଳା କର୍ମଚାରୀ ରଶ୍ମିତା ବେହେରା (୨୫)ଙ୍କ ଝୁଲନ୍ତା ମୃତ ଦେହ ବୁଗୁଡ଼ା ଅରବିନ୍ଦ ନଗର ୨ୟ ଲାଇନରେ ଥିବା ଭଡା ଘରୁ ପୋଲିସ ଉଦ୍ଧାର କରିଛି l ଆତ୍ମହତ୍ୟାର କାରଣ ଜଣା ପଡିନଥିବା ବେଳେ ପୋଲିସ ରଶ୍ମିତାଙ୍କ ୪ ପୃଷ୍ଠାର ଏକ ହାତଲେଖା ଡାଏରୀ ଜବତ କରିଛି l ଗତ ରାତି ୯ଟା ସମୟରେ ସେ ଶେଷ କଲ ମଧ୍ୟ ରିସିଭ୍ କରିଥିବା ମଧ୍ୟ ଜଣା ପଡିଛି l ତେବେ କେଉଁ ସମୟରେ ସେ ଆତ୍ମହତ୍ୟା କଲେ ତାହା ଜଣା ପଡିନି l ତାଙ୍କ ପଡୋଶୀଙ୍କ ସୂଚନା ଅନୁସାରେ ରଶ୍ମିତା ଗତ ରାତିରେ ଖାଇପିଇ ଶୋଇଥିଲେ l ତେବେ ଆଜି ଅପରାହ୍ନ ୧ଟା ପର୍ଯ୍ୟନ୍ତ ତାଙ୍କ କବାଟ ଖୋଲା ନହେବାରୁ ପଡୋଶୀ ଘର କବାଟ ବାଡେଇ ଡାକିଥିଲେ ଏବଂ ତାଙ୍କ ମୋବାଇଲକୁ କଲ କରିଥିଲେ ହେଁ କୌଣସି ଉତ୍ତର ନ ମିଳିବାରୁ ସନ୍ଧେହ ହେବା ଫଳରେ ଘର ମାଲିକକୁ ଡାକି ପୋଲିସକୁ ଖବର ଦିଆ ଯାଇଥିଲା l ପୋଲିସ କବାଟ ଭାଙ୍ଗି ଭିତରେ ପଶିବା ପରେ ରଶ୍ମିତାଙ୍କ ମୃତ ଦେହ ଦ୍ଵିତୀୟ ବଖରାର ଛାତ ହୁକରୁ ଝୁଲୁଥିବା ଦେଖିବାକୁ ମିଳିଥିଲା l ରଶ୍ମିତା ନିର୍ବନ୍ଧରେ ପୁଅ ଘର ତରଫରୁ ମିଳିଥିବା ନୁଆଁ ଶାଢ଼ୀ ଓ ଚୁଡ଼ି ପନ୍ଧି ଏକ ନୂଆଁ ପ୍ଲାଷ୍ଟିକ ରଶି ବାନ୍ଧି ଝୁଲି ପଡ଼ିଥିଲେ l ରଶ୍ମିତାଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ନିକଟସ୍ଥ ସୋରଣ ଗ୍ରାମରେ l ତାଙ୍କର ଦୁଇ ମାସ ତଳେ କୁହୁଡି ଗ୍ରାମର ଜଣେ ଯୁବକଙ୍କ ସହ ନିର୍ବନ୍ଧ ହୋଇ ସାରିଥିବା ବେଳେ ଗତ ୧୨ ତାରିଖରେ ବାହାଘର ପାଇଁ ସ୍ଥିର ହୋଇଥିଲା । ତେବେ କୌଣସି କାରଣ ବଶତଃ ବାହାଘର ସ୍ଥଗିତ ହୋଇ ଯାଇଥିଲା l ତେବେ ଆତ୍ମହତ୍ୟାର କାରଣ ଜଣା ପଡି ନଥିଲେ ହେଁ ପୋଲିସ ୧୦/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ତାଙ୍କ ପିତା ଗଙ୍ଗାଧର ବେହେରା ସନ୍ଧ୍ୟାରେ ପହଞ୍ଚିବା ପରେ ପୋଲିସ ତାଙ୍କର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାଯାଇଛି ।