October 5, 2024

ରଥ ଉପରେ ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

Share

ବୁଗୁଡ଼ା : ତା ୧୭/୦୭/୨୪ : ବୁଧବାର ଆଷାଢ ଶୁକ୍ଲ

ଏକାଦଶୀ । ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ

ସୁନାବେଶ ବା ବଡ଼ତଢାଉ ବେଶ ଅନୁଷ୍ଠିତ

ହୋଇଯାଇଛି । ରଥ ଉପରେ ବିଶ୍ବନିୟନ୍ତାଙ୍କୁ ଆକର୍ଷଣୀୟ ସୁନାବେଶରେ ଶ୍ରଦ୍ଧାଳୁ ଦେଖିଥିଲେ । ଅନ୍ୟପକ୍ଷରେ ସୁନାବେଶ ଲାଗି ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା । ତେବେ ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢାଉ ବେଶ ମଧ୍ୟ କୁହାଯାଏ । ଠାକୁରଙ୍କ ଯାବତୀୟ ନୀତିକାନ୍ତି ସମ୍ପନ୍ନ ପରେ ଭକ୍ତଙ୍କୁ ଦର୍ଶନର ସୁଯୋଗ

ଦିଆଯାଇଥିଲା । ବହୁବିଧ ଅଳଙ୍କାରେ ବିଭୂଷିତ

ବିଶ୍ବନିୟନ୍ତାଙ୍କ ଏହି ଅପୂର୍ବ ବେଶ ଦର୍ଶନ ପାଇଁ ବୁଗୁଡ଼ା

ବଡ଼ଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ପରି ଠାକୁରଙ୍କ

ସୁନାବେଶ ବେଶ କାର୍ଯ୍ୟକ୍ରମ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ

ସମ୍ପନ୍ନ ହୋଇଥିଲା ।