October 5, 2024

ଗଜପତି ଜିଲ୍ଲା ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ର ରେ ୩ ସନ୍ତାନ ପ୍ରସବ କଲେ ମହିଳା

Share

 

 

ପାରଳାଖେମୁଣ୍ଡି:୧୭/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦରେ ଜଣେ ମହିଳା ୩ ଗୋଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି. ଏହି ତିନି ଗୋଟି ସନ୍ତାନଙ୍କୁ ମହିଳା ଜଣକ ପ୍ରସବ କରିବା ପରେ ୩ ଟି ସନ୍ତାନ ବିରଳ ପ୍ରସବକୁ ଦେଖିବା ପାଇଁ ଡାକ୍ତରଖାନା ପରିସରରେ ଅଞ୍ଚଳବାସୀଙ୍କ ଭିଡ଼ ଜମିଥିଲା. ଏହି 3 ଗୋଟି ସନ୍ତାନଙ୍କୁ ପ୍ରସବ ଦେବା ପରେ ମାଙ୍କ ସ୍ୱାସ୍ଥ୍ୟ ଗୁରୁତର ରହିଥିବାବେଳେ ୩ ଟି ସନ୍ତାନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ ସୁସ୍ଥ ରହିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ. ୩ ଗୋଟି ଶିଶୁକୁ ଜନ୍ମ ଦେଇଥିବା ମହିଳା ଜଣକ ହେଲେ ଆର. ଉଦୟଗିରି ବ୍ଳକ ମହେନ୍ଦ୍ରଗଡ଼ ପଞ୍ଚାଯତ ସୁଗୁବା ଗ୍ରାମର ମହିଳା ଚନ୍ଦ୍ରିକା ମଣ୍ଡଳ I ସେ ୨ ଟି ଶିଶୁ କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପ୍ରସବ ପରେ ମହିଳା ଜଣକ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି | ମିଳିଥିବା ସୂଚନା ପ୍ରକାରେ ସୁଗୁବା ଗାଁର ସୁଶାନ୍ତ ମଣ୍ଡଳଙ୍କ ପତ୍ନୀ ଚନ୍ଦ୍ରିକାଙ୍କୁ ସୋମବାର ମଧ୍ୟାହ୍ନରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଚନ୍ଦ୍ରଗିରି ଡାକ୍ତରଖାନାକୁ ଆଣିଥିଲେ । କିଛି ସମୟ ପରେ ସେ ୩ ସନ୍ତାନକୁ ଜନ୍ମ ଦେଇଥିଲେ। ନବଜାତ ୩ ଶିଶୁ ସୁସ୍ଥ ଥିବାବେଳେ ମା ଚନ୍ଦ୍ରିକା ଗୁରୁତର ଅସୁସ୍ଥ ହୋଇଛନ୍ତି | ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଡ଼ା. ଜୟପ୍ରକାଶ କହିଛନ୍ତି।