March 10, 2026

ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା..

IMG-20250617-WA0018
Share

 

 

 

ବସୁମତୀ ସ୍ନାନ ସହ ଶେଷ ହେଲା ରଜ। ଓଡ଼ିଶାର ଗଣପର୍ବ ରଜର ଆଜି ଚତୁର୍ଥ ଦିନ। ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ ଗାଧୁଆ, ଶୁଦ୍ଧ ସ୍ନାନ ବୋଲି ମଧ୍ୟ କୁହାଯାଏ। ଏହି ଦିନ ରୀତିନୀତି ଅନୁସାରେ ବସୁମତୀ ସ୍ନାନ କରାଯାଏ। ୩ ଦିନ ଧରି ମାଟି ମା’ ରଜସ୍ଵଳା ହୋଇଥାନ୍ତି। ତେଣୁ ରଜର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯାଏ।

 

ଏହି ଦିନ ପ୍ରାତଃ କାଳରେ ସ୍ନାନ ପର୍ବ କରାଯାଇଥାଏ। ପିଢ଼ା ଉପରେ ଶିଳପୁଆ, କଜଳପାତିଆ, ଲଙ୍ଗଳ ଲୁହା, କପାତୁଳା ଥୋଇ ହଳଦୀ, ସିନ୍ଦୂର, ଧୂପ, ଦୀପ, ଆମ୍ବ ଡ଼ାଳ, ଦୁବ, ମେଥି ଆଦି ରଖି ଗୃହିଣୀମାନେ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ହଳଦୀପାଣିରେ ବସୁମାତାଙ୍କୁ ଗାଧୋଇ ଦିଆଯାଏ। ଚନ୍ଦନ, ସିନ୍ଦୁର ସହ ଫଳ ଭୋଗ କରାଯିବାର ବିଧି ମଧ୍ୟ ରହିଛି। ଶିଳପୁଆକୁ ବସୁମତୀ ରୂପେ ପୂଜା କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାନ୍ତି। ବସୁମାତା ରଜସ୍ବଳା ହୋଇ ଶୁଦ୍ଧ ସ୍ନାନ କରିବା ପରେ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରନ୍ତି। ଘରେ ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ବା ଶୁଦ୍ଧ ସ୍ନାନ କରାଯାଏ। ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲା ଯାଇଥାଏ।