July 1, 2024

ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ଅନୁଷ୍ଠିତ

Share

କାଶୀନଗର
ତା 17/6/24
କାଶୀନଗର ସ୍ଥିତ ବଂଶଧାରା ପାଠାଗାର ଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ତିରୋଧାନ ଦିବସ ଅନୁଷ୍ଠିତ ହୋଇଛି. କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଗୋପବନ୍ଧୁ ଙ୍କ ସ୍ମରଣର୍ଥେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା.ଏହି ତିରୋଧାନ କାର୍ଯ୍ୟକ୍ରମ ରେ କାଶୀନଗର ଥାନା ରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଥାନା ଅଧିକାରୀ ସୁନୀଲ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଆସି ସମ୍ମାନିତ ହୋଇଥିବା ବେଳେ ସ୍ଥାନୀୟ ବାରଣାସୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ଉପସ୍ଥିତ ରହି ଗୋପବନ୍ଧୁ ଙ୍କ ଜୀବନୀ ବିଷୟ ରେ ବକ୍ତବ୍ୟ ରଖିଥିଲେ. ପାଠାଗାର ସଭାପତି ହୃଷିକେଶ ଗୌଡ଼ ଙ୍କ ସହ ନୂତନ ଥାନା ଅଧିକାରୀ ଓ ପ୍ରଧାନ ଶିକ୍ଷକ ଗୋପବନ୍ଧୁଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରିଥିଲେ. ପ୍ରେସ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର ନୂତନ ଥାନା ଅଧିକାରୀ ଶ୍ରୀ ବେହେରା ଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ୱାଗତ କରିଥିବା ବେଳେ ପାଠାଗାର ସଭାପତି ଶ୍ରୀ ଗୌଡ଼ ଉତ୍ତରୀୟ ଦେଇ ଥାନା ଅଧିକାରୀଙ୍କୁ ସମ୍ମାନିତ କରି ଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟ ଲିମା, ଏସ ଆଇ ମନୋଜ ପାଢ଼ୀ, ଜଗଦୀଶ ପାତ୍ର, ସାମ୍ବାଦିକ ମନୋଜ ଚୌଧୁରୀ, ରାଜେଶ ପଟନାୟକ ଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ.

You may have missed