July 1, 2024

ଗଜପତିରୁ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ କାଜୁ ତୋଟାରେ ଗଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ

Share

 

ପାରଳାଖେମୁଣ୍ଡି:୧୭/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଜିଲ୍ଲା ଅଡବା ଥାନା ବାଛିପଙ୍କା ନିକଟସ୍ଥ କାଜୁ ତୋଟାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ | ଜବତ ଗଞ୍ଜେଇ ୩ କୁଇଣ୍ଟାଲ ୪୮ କିଲୋ ଥିବାବେଳେ ଚୋରା ଚାଲାଣ କରୁଥିବା ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ରବିବାର ଅପରାହ୍ନରେ ଗଜପତି ଏସପି ସ୍ବାତି ଏସ କୁମାରଙ୍କ ନିର୍ଦ୍ଦେଶକ୍ରମେ ବିଶେଷ ସୂତ୍ରରୁ ଖବର ପାଇ ଅଡବା ଥାନା ଦାୟିତ୍ଵ ଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ଅଡବା ଥାନା ଷ୍ଟାପ ମିଳିତ ଭାବେ ବାଛିପଙ୍କା ଗ୍ରାମ ନିକଟରେ ଥ‌ିବା କାଜୁ ଜଙ୍ଗଲ ରେ ଚଡଉ କରିଥିଲେ | ଚଢ଼ଉ ପରେ କାଜୁ ଜଙ୍ଗଳର ଗୋଟିଏ ସ୍ଥାନରେ ୩ କୁଇଣ୍ଟାଲ ୪୮ କିଲୋ ୯ ଶହ ଗ୍ରାମ ଗଞ୍ଜେଇ ଥିବା ଦେଖୁଥିଲେ | ଉକ୍ତ ଗଞ୍ଜେଇ ଜବତ କରାଯାଇଛି। ପୁଲିସ ଚଢ଼ଉ ପୂର୍ବରୁ ଅଭିଯୁକ୍ତ ଚମ୍ପଟ ମାରିଥିଲେ | ଉକ୍ତ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ପ୍ରସ୍ତୁତି କରାଯାଉଥିଲା ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

You may have missed