July 1, 2024

ଟାଟା ପାୱାର ବିଦ୍ୟୁତ୍ କମ୍ପାନୀର ଅବହେଳାରେ ଅନ୍ଧାରରେ ପେଶି ହେଉଛନ୍ତି ଅଂଚଳବାସୀ ..

Share

କାଳବୈଶାଖୀ ର ଭୀଷଣ ପବନ ଓ ବର୍ଷାରେ ବିଦ୍ୟୁତ ଖୁଣ୍ଟ ଢଳି ସମ୍ପୂର୍ଣ ଭାବେ ଦୁଇଟି ଗାଁର ଲୋକେ ଅନ୍ଧାରରେ କାଳ କାଟୁଛନ୍ତି, ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ଗ୍ରାମପଂଚାୟତର ନୁଆସାହି ଓ ଅନଙ୍ଗପୁର ଠାରେ, ଏହି ଦୁଇ ଗାଁରେ ପ୍ରାୟ 60 ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି, କିନ୍ତୁ ଗତ 5 ତାରିଖ ଦିନ ପବନ, ବର୍ଷା ରେ ଗାଁ ମଝିରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ସହ ଟ୍ରାନ୍ସଫର୍ମର ଢଳି କୁରା ନାୟକ ନାମକ ଏକ ବ୍ୟକ୍ତିଙ୍କ ଘର ଉପରେ ବିଦ୍ୟୁତ ଖୁଣ୍ଟଟି ପଡିଥିଲା ଯାହାକି ଗ୍ରାମବାସୀ ଭୟଭୀତ ହୋଇ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ଗାଁ ମଝିରେ ଥିବା ଟ୍ରାନ୍ସଫର୍ମର କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାତ ଦୂରର କଥା ମରାମତି କରିବା ପାଇଁ କୌଣସି ବିଦ୍ୟୁତ କର୍ମଚାରୀବି ଆସିନାହାନ୍ତି, ଦୀର୍ଘ 15 ଦିନ ହେଲା ଦୁଇ ଗାଁ ସମ୍ପୂର୍ଣ ଭାବେ ଅନ୍ଧକାର ହୋଇଯାଇଥିବା ବେଳେ ଆମ ପ୍ରତିନିଧି ସ୍ଥାନୀୟ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଛନ୍ତି କିନ୍ତୁ କୌଣସି ଯୋଗାଯଗ ହୋଇପାରିନାହିଁ ବାରମ୍ବାର କଲ କରିବା ପରେ ମଧ୍ୟ ଫୋନ ରିଶିଭ କରିନାହାନ୍ତି , ତେବେ ଗ୍ରାମବାସୀ କହିଛନ୍ତି, ଯଥାଶୀଘ୍ର ଆମ ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଇଲେକ୍ଟ୍ରି ଅଫିସ ତାଲା ପକେଇବା ସହ ରାଜରାସ୍ତା କୁ ଓଲ୍ହେଇବା ପାଇଁ ଚେତାବନୀ ଦେଇଛନ୍ତି ।

You may have missed