July 3, 2024

ଉପାନ୍ତ ଖବର” ର ସମ୍ବାଦ ପ୍ରସାରଣ ପ୍ରଭାବ, ରାଜ୍ୟ କଂଗ୍ରେସ ଉପ ସଭାପତି ଓ ସମାଜ ସେବୀ କାଦମ୍ବିନୀ ତ୍ରିପାଠୀ ଙ୍କ ପୁଜାରୀଗୁଡ଼ା ଗ୍ରାମ ଗସ୍ତ……….

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ )ଗତ୧୪ ତାରିଖ ଦିନ ଉମରକୋଟ ସହର ନିକଟସ୍ଥ ପୁଜାରୀ ଗୁଡ଼ା ଗ୍ରାମ ଠାରେ ପୋଖରୀ ରେ ବୁଡ଼ି ମା ଓ ଝିଅ ର ମୃତ୍ୟୁ ଘଟଣା ରେ ଅନୁଧ୍ୟାନ କରିବା ପାଇଁ ଓ ଶୋକ ସନ୍ତପ୍ତ ପରିବାର କୁ ଭେଟିବା ପାଈଁ ରାଜ୍ୟ କଂଗ୍ରେସ ଉପ ସଭାପତି ମୁନା ତ୍ରିପାଠୀ ଓ ବରିଷ୍ଠ ସମାଜ ସେବୀ କାଦମ୍ବିନୀ ତ୍ରିପାଠୀ ପହଂଚି ଥିଲେ। ଘଟଣା ଘଟି ୩ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ସରକାରୀ ସାହାଯ୍ୟ ମିଳି ନ ଥିବାରୁ ପି ସି ସି ଉପ ସଭାପତି ଦୁଃଖ ପ୍ରକାଶ କରି ଥିଲେ
ସେହି ସ୍ଥାନରୁ ଶ୍ରୀ ତ୍ରିପାଠୀ ନବରଙ୍ଗପୁର ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଉମରକୋଟ ତହସିଲଦାର ସହିତ ଫୋନ ଯୋଗେ କଥା ବାର୍ତ୍ତ କରି ହରିଶ୍ଚନ୍ଦ୍ର ଯୋଜନା, ସରକାରୀ ଅନୁଦାନ ଦେବା ସହ ମୁଖ୍ଯ ମନ୍ତ୍ରୀ ରିଲିଫ ଫଣ୍ଡ ରୁ 10 ଲକ୍ଷ ଦେବାକୁ ଅନୁରୋଧ କରି ଥିଲେ। ଉମରକୋଟ ତହସିଲଦାର ତୁରନ୍ତ ହରିଶ ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନ କରି ଦିଆ ଯିବ ବୋଲି ପ୍ରତିଶ୍ରୁତି ଦେବା ସହ ସବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସରକାର ଙ୍କ ଅନ୍ୟ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ। ମୁନା ତ୍ରିପାଠୀ ଙ୍କ ସହ ବରିଷ୍ଠ ନେତା ଶ୍ରୀ ବାବୁଲା ପଟ୍ଟନାୟକ  ଓ ନବଜୀବନ ମନ୍ଦାର ଗସ୍ତ କରି ଥିବା ବେଳେ ସମାଜ ସେବୀ କାଦମ୍ବିନୀ ତ୍ରିପାଠୀ ଙ୍କ ସହ ତୁଳସ। ଭତ୍ର।ଉପସ୍ଥିତ ଥିଲେ। କାଦମ୍ବିନୀ ତ୍ରିପାଠୀ ଉପ ଜିଲ୍ଲାପାଳଙ୍କ ସହ କଥା ହେଇ ତୁରନ୍ତ ଆର୍ଥିକ ଅନୁଦାନ ପ୍ରଦାନ ପାଈଁ ଅନୁରୋଧ କରି ଥିଲେ। ଉଲ୍ଲେଖ ଯୋଗ୍ୟ ଏହିକି ଯେ ଗତ ୧୪ ତାରିଖ ଦିନ ଉମରକୋଟ ବ୍ଲକ୍ ଅନ୍ତର୍ଗତ ଚିକଲ ପଦର ଗ୍ରାମ ପଞ୍ଚାୟତ ଅଧୀନ ରେ ଆସୁଥିବା ପୁଜାରୀ ଭରଣ୍ଡି ଗ୍ରାମ ର ଗୀତା କଲାର ଓ ତାଙ୍କ ୭ ବର୍ଷିୟ। ଝିଅ କରିଶ୍ଣ। କଲାର ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଥିଲେ ଯାହାକି ସମଗ୍ର ଅଂଚଳ ରେ ଶୋକ ର ଛାୟା ଖେଳି ଯାଇ ଥିଲା।