July 3, 2024

ରାୟଗଡା ଶ୍ରମ ବିଭାଗ ଓ ଦଲାଲ ଙ୍କ ମିଲିଭଗତ ରେ ମୃତ ପ୍ରମାଣ ପତ୍ର ଦେଇ ଶ୍ରମିକ ସହାୟତା ରାଶି ହଡ଼ପ …

Share

ରାୟଗଡା –ଆଦିବାସୀ ଅଧିଷ୍ୟୁତ ରାୟଗଡା ଜ଼ିଲ୍ଲା ରେ ମୃତ ପ୍ରମାଣ ପତ୍ର ଦେଇ ଶ୍ରମିକ ଙ୍କ ସହାୟତା ରାଶି ହଡପ ଘଟଣା ର ତଦନ୍ତ ଆରମ୍ଭ ହୋଇଛି l ଘଟଣା ରୁ ପ୍ରକାଶ ଯେ ଚନ୍ଦ୍ରପୁର ବ୍ଲକ ର ଡଙ୍ଗୋସୋରଡ଼ା ଗ୍ରାମ ପଂଚାୟତ ର ନାଉଡିଗୁଡା ଗାଁ ର ନିର୍ମାଣ ଶ୍ରମିକ ହରିହର ଶବର ଗତ 2023 ନଭେମ୍ବର ରେ 1 ତାରିଖ ରେ ମୃତ୍ୟୁବରଣ କରିଛନ୍ତି ଦୁର୍ଭାଗ୍ୟ ର ବିଷୟ ତାଙ୍କ ନିର୍ମାଣ ଶ୍ରମିକ ପ୍ରମାଣ ପତ୍ର ରେ 2024 ଫେବୃଆରୀ 6 ତାରିଖ ରେ ତାଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ସହାୟତା ରାଶି ଉଠାଯାଇଛି l ଅନ୍ୟପକ୍ଷରେ ମୃତ ନିର୍ମାଣ ଶ୍ରମିକ ଙ୍କ ଉଦିଷ୍ଟ ସହାୟତା ରାଶି ହରିହର ଙ୍କ ପରିବାର ପାଇନଥିବା ତାଙ୍କ ଝିଅ ପ୍ରମିଳା ଶବର କହିଛନ୍ତି l ଠିକ ସେହିପରି ଜ଼ିଲ୍ଲା ରେ ବିଭିନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମୃତ ପ୍ରମାଣ ପତ୍ର ଆଣି ସରକାର ଙ୍କ ନିର୍ମାଣ ଶ୍ରମିକଙ୍କ ପାଇଁ ରହିଥିବା ସହାୟତା ରାଶି ନିଆଯାଇଥିବା ବେଳେ କିଛି ମାସ ପରର ସେହି ବ୍ୟକ୍ତିଙ୍କୁ ନାମରେ ଆଉ ଏକ ମୃତ ପ୍ରମାଣ ପତ୍ର ଆନ୍ଧ୍ର ପ୍ରଦେଶ ରେ ଏକ ଘରେଇ ମେଡ଼ିକଲ ରୁ ଆଣି ଅର୍ଥାତ ହଡ଼ପ ହୋଇଛିବୋଲି ଆମଧ୍ୟ ଅଭିଯୋଗ ହୋଇଛି l ଗୋଟିଏ ମୋବାଇଲ ନମ୍ବର ରେ ଏକାଧିକ ଶ୍ରମିକ ଙ୍କ ନାଁ ପଞ୍ଜିକରଣ କରାଯାଇଛି ଓ କିଛି ଶ୍ରମିକଙ୍କ ନାଁରେ ମିଥ୍ୟା ପଞ୍ଜିକରଣ କରି ସହାୟତା ରାଶି ବାଟମାରଣା କରାଯାଇଛି ବୋଲି ଅଭିଯୋଗ ମନ ହୋଇଛି l କୋଳନରା, ଚନ୍ଦ୍ରପୁର, ମୁନିଗୁଡା ବ୍ଲକ ରେ କେତୋଟି ଜନସେବା କେନ୍ଦ୍ର ସହିତ ଏହି ଅଫିସ ରେ କେତେକ କର୍ମଚାରୀ ଓ ଦଲାଲ ମିଶି ଏହି ସବୁ କାମ କରୁଛନ୍ତି ଯଦି ଘଟଣା ରେ ପ୍ରକୃତ ତଦନ୍ତ ହେଲେ ପ୍ରକୃତ ଘଟଣା ବାହାରକୁ ଆସିବ ବୋଲି କେତେକ ପଞ୍ଜିକୃତ ନିର୍ମାଣ ଶ୍ରମିକ କହିଛନ୍ତି l ବାଲିମ୍ବିତ ରାତ୍ରି ପର୍ଯ୍ୟନ୍ତ କେତେକ ନିର୍ମାଣ ଶ୍ରମିକ ସଂଗଠନ ରେ କର୍ମକର୍ତା ଅଫିସ ରେ କଣ କାମ କରୁଛନ୍ତି ତାହା ମଧ୍ୟ୍ୟ ସନ୍ଦେହ
ଏହି ଏକ ଘଟଣା ନୁହେଁ ସମଗ୍ର ଘେରରେ ବୋଲି ଆଲୋଚନା ଚାଲିଛି l ଗତ ଦୁଇ ତିନି ବର୍ଷ ଧରି ଏକାଧିକ ନିର୍ମାଣ ଶ୍ରମିକ ଙ୍କ ନାମରେ ସହାୟତା ରାଶି ବାଟମାରଣା ହୋଇଛି ବୋଲି ଅଭିଯୋଗ ମାନ ଶୁଣିବାକୁ ମିଳୁଛି l ଏଥିରେ ଏହି କାର୍ୟଳୟ ରେ କିଛି କର୍ମଚାରୀ ଓ ନିର୍ମାଣ ଶ୍ରମିକ ସଙ୍ଘ ରେ ଦଲାଲ ବ୍ୟକ୍ତି ସମ୍ପୃକ୍ତ ରହି ଏହି ପରି କାମ କରୁଛନ୍ତି ବୋଲି ଏହି ଅଫିସ ରେ କର୍ମଚାରୀ ନିଜର ନାମକୁ ଗୋପନ ରଖି ଏହି କଥା କହିଛନ୍ତି l ଏହି ଘଟଣା ରେ ଅଭିଯୋଗ ରାଜ୍ୟ ସରକାର ଙ୍କ ଠାରେ ପହଂଚିବା ପରେ ରାଜ୍ୟସରକାର ଘଟଣା ରେ ତଦନ୍ତ ନିର୍ଦେଶ ଦେଇଥିବାରୁ ଅତିରିକ୍ତ ଶ୍ରମ ଅଯୁକ୍ତ ଘାସିରାମ ଟୁଡୁ, ରାଜ୍ୟ ଶ୍ରମ ବିଭଗ ଓଏସଡ଼ି, ଉପ ଶ୍ରମ ଅଯୁକ୍ତ ପ୍ରଶ୍ନ କୁମାର ପାଣିଗ୍ରାହୀ, ନରେନ୍ଦ୍ର କୁମତ ରାଇକା ପ୍ରମୁଖ ଜ଼ିଲ୍ଲା ଶ୍ରମ ଅଫିସ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ପୋଲିସ ରେ କଡା ସୁରକ୍ଷା ମଧ୍ୟରେ ତଦନ୍ତ ଆରମ୍ଭ ହୋଇଛି l ତଦନ୍ତ ସାରିବା ପରେ ସ୍ପଷ୍ଟ କଥା ଜଣାପଡିବ ବୋଲି ଅତିରିକ୍ତ ଶ୍ରମ ଅଯୁକ୍ତ ଘାସିରାମ ଟୁଡୁ କହିଛନ୍ତି
ରାୟଗଡା ରୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ