March 12, 2026

ଅନୁଗୋଳ ଏସପିଙ୍କୁ ସାକ୍ଷାତ କଲେ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ.

IMG-20250517-WA0000
Share

 

ଅନୁଗୋଳ ( ଦେବାଶିଷ ଦାଶ )

 

ଓଡିଶା ସାମ୍ବାଦିକ ୟୁନିୟନ ( ଓୟୁଜେ ) ଅନୁବନ୍ଧିତ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ପକ୍ଷରୁ କଣିହାଁ ଅଞ୍ଚଳର ଭଉଣୀ ସୁଭଦ୍ରା ପଦିଲୀଙ୍କ ପରିବାର ବର୍ଗଙ୍କୁ ନ୍ୟାୟ ସହ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ ଦାବୀ ନେଇ ଶୁକ୍ରବାର ପୂର୍ବାହ୍ନରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କୁ ସାକ୍ଷାତ କରି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ସୂଚନା ମୁତାବକ ଗତ ଏପ୍ରିଲ ମାସ ୨୬ ତାରିଖ ଦିନ ଅନୁଗୋଳ ଜିଲ୍ଲା କଣିହାଁ ନିଜ ଘରୁ ଦଳିତ ଯୁବତୀ ସୁଭଦ୍ରା ପଦିଲି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ତାଳଚେର ଷ୍ଟେସନରୁ ତାଳଚେର ରୋଡ଼ କୁ ଆସିବା ସମୟରେ ଅପହରଣ ତଥା ନିଖୋଜ ହୋଇ ଯାଇଥିଲେ । ତେବେ ଚଳିତ ମେ ମାସ ୪ ତାରିଖ ଦିନ ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରିଣୀ ପଞ୍ଚାୟତ କେନ୍ଦୁପଲୀ ଗାଁ କେନାଲ ପାଖ ବିଲରୁ ଉକ୍ତ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତ ଦେହ ଦେଖିବାକୁ ମିଳିଥିଲା । ଏହା ପରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଏସଡ଼ିପିଓ ରମାକାନ୍ତ ମହାଲ୍ଲିକ, ବଅଁରପାଳ ପୋଲିସ, ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ, ବଅଁରପାଳ ତହସିଲଦାର ସୁଶାନ୍ତ ନାୟକଙ୍କ ସମେତ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଉପସ୍ଥିତିରେ ପ୍ରାଥମିକ ତଦନ୍ତ ପରେ ଶବ ଉଦ୍ଧାର କରାଯାଇଥିଲା । ଏହା ପରେ ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଦଳିତ ସଂଗଠନ ପକ୍ଷରୁ ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁଭଦ୍ରାଙ୍କୁ ନ୍ୟାୟ ଓ ହତ୍ୟାକାରୀ ମାନଙ୍କୁ ତୁରନ୍ତ ଗିରଫ ନେଇ ଦାବିପତ୍ର, ନାରାବାଜୀ, ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଆଜି ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ସହ ବିସ୍ତୃତ ଆଲୋଚନା ସହ ସୁଭଦ୍ରାଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ନେଇ ଦାବି ଉପସ୍ଥାପନ ହୋଇଥିଲା । ପୋଲିସ ଟିମ ଅନୁସନ୍ଧାନ ଓ ତଦନ୍ତ କାର୍ଯ୍ୟରେ ଯୋଡ଼ିତ ଅଛନ୍ତି ଏବଂ ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଆଇନ ଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆରକ୍ଷୀ ଅଧିକ୍ଷକ ଦୃଢକ୍ତି ପ୍ରକାଶ କରିଥିଲେ ।