June 29, 2024

ଅଚିହ୍ନା ମହିଳାଙ୍କ ମୃତଦେହ ଠାବ….

Share

 

ଗୁଣୁପୁର,-ଆନ୍ଧ୍ରପ୍ରଦେଶ ସିତମପେଟା ଥାନା ଅନ୍ତର୍ଗତ ପୁଲିପୁଟି ଗ୍ରାମ ନିକଟସ୍ଥ ଏକ ଶୁଷ୍କ ଟ୍ୟାଙ୍କ ରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ କରିଛି ସିତମପେଟା ପୁଲିସ । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଆଖପାଖ ଥାନା ତଥା ଆନ୍ଧ୍ର-ଓଡିଶା ସୀମାନ୍ତ ଥାନା ଗୁଡିକୁ ନିଖୋଜ ମାମଲା ଗୁଡିକ ତଦାରଖ କରିବା ପାଇଁ ନିବେଦନ କରିଛି ଆନ୍ଧ୍ର ପୋଲିସ । ଏଥିସହ ଗଣମାଧ୍ୟମ ରେ ଏହି ଖବର ଓ ଫୋଟ ଛାପିବା ପାଇଁ ଅନୁରୋଧ କରାଯାଇଛି ।(ସୁରେନ୍ଦ୍ର ମହାନ୍ତି )