March 12, 2026

ଉପାନ୍ତ ଅଞ୍ଚଳର ଯୁବକ ପାଇଲେ ଓଇଏସ

Share

ଉପାନ୍ତ ଅଞ୍ଚଳର ଯୁବକ ପାଇଲେ ଓଇଏସ

 

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

ଝରିଗାଁ——ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କର୍ଷାହାଣ୍ଡି ଗ୍ରାମର ନୀଳାମ୍ବର ପନକା ଓ ମାଆ ଲାବଣ୍ୟବତୀ ପନକାଙ୍କ ସୁପୁତ୍ର ରାଜେଶ ସମରଥ ଚଳିତ ବର୍ଷର ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ଆୟୋଜିତ ଓଇଏସ ପରୀକ୍ଷାରେ ୧୧୬ ନମ୍ବର ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ରାଜେଶ ସମରଥ ଏମ.ଏସ.ସି.(ବୋଟନୀ) ବି.ଏଡ୍. ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ପରେ ୨୦୧୭ ମସିହା ଠାରୁ ଡ଼ାବୁଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି।ସୁଚାରୁ ରୁପେ ଶିକ୍ଷକତା କରିବା ସହ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ଉଦ୍ଧିଷ୍ଟ ପୁସ୍ତକ ଗୁଡ଼ିକ ପଢ଼ିବା ପାଇଁ ସେ ଭଲ ପାଇବା କଥା ପ୍ରକାଶ କରିଛନ୍ତି। ବିଦ୍ୟାଳୟରେ ଶିକ୍ଷକତା କାର୍ଯ୍ୟ ପରେ ସେ ନିଜ ପଢା ପଢ଼ି ପାଇଁ ପ୍ରତିଦିନ ୪ ରୁ ୫ ଘଣ୍ଟା ପରିଶ୍ରମ କରୁଥିଲେ।ଝରିଗାଁ ଭଳି ଶିକ୍ଷା କ୍ଷେତ୍ରରେ ଅନୁନ୍ନତ ଅଞ୍ଚଳର ଯୁବକ ରାଜେଶ ପ୍ରଥମ ଚେଷ୍ଟାରେ ଓ.ଇ.ଏସ. ପରୀକ୍ଷାରେ ସଫଳ ହୋଇ ଅଞ୍ଚଳବାସୀଙ୍କ ପାଇଁ ଏକ ଉଦହରଣ ପାଲଟିଛନ୍ତି।ତାଙ୍କର ଏହି ସଫଳତା ପାଇଁ ନବରଙ୍ଗପୁର ଜିଲ୍ଲା ମାନୀକପୁରୀ ପନକା ସମାଜ ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ।ସେହିପରି ଝରିଗାଁ ଅଞ୍ଚଳ ବାସୀଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିବା ସହ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି। ରାଜେଶ ସମରଥ ତାଙ୍କର ଏହି ସଫଳତା ପାଇଁ ନିଜର ପରିଶ୍ରମ ସହ ନିଜ ପିତା ମାତାଙ୍କ ଆଶୀର୍ବାଦ, ପରିବାର ବର୍ଗଙ୍କ ସହଯୋଗ ଏବଂ ଗୁରୁଜନ ମାନଙ୍କ ଆଶୀର୍ବାଦର ଫଳ ବୋଲି କହିଛନ୍ତି ।