ବଡକୋଦଣ୍ଡା କ୍ଲଷ୍ଟର ସ୍ତରୀୟ ଟିଏଲ୍ଏମ୍ କର୍ମଶାଳା ଅନୁଷ୍ଠିତ

ଭଞ୍ଜନଗର, ୧୭ ଏପ୍ରିଲ: ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବଡକୋଦଣ୍ଡା କ୍ଲଷ୍ଟର ଅନ୍ତର୍ଗତ ଭଞ୍ଜନଗର ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଏଫ୍ଏଲ୍ଏନ୍ ମଡେଲ ସ୍କୁଲ୍ ଠାରେ ଆଜି ବଡକୋଦଣ୍ଡା କ୍ଲଷ୍ଟର ସ୍ତରୀୟ ଟିଏଲ୍ଏମ୍ ନିର୍ମାଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ତତ୍ତ୍ୱାବଧାନରେ ୧୬ ତାରିଖ ଦିନ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ଵରାଜ କଅଁର ମୁଖ୍ୟଅତିଥି ଭାବେ ଓ ସମ୍ମାନୀତ ଅତିଥି ରୂପେ ପ୍ରାକ୍ତନ ସିଆରସିସି ଶ୍ରୀ ମୋହନ ସାହୁ ଯୋଗ ଦେଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବଡକୋଦଣ୍ଡା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଦକ୍ଷ ଶିକ୍ଷକ ମାନେ ଏହି କର୍ମଶାଳାରେ ଭାଗନେଇ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ତିଆରି କରିଥିଲେ। ଆଜି ୧୭ ଏପ୍ରିଲ ଏହି କର୍ମଶାଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ଵରାଜ କଅଁର ଓ ସମ୍ମାନୀତ ଅତିଥି ରୂପେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାହାକ ଯୋଗଦାନ କରି ଶ୍ରେଷ୍ଠ ବିବେଚିତ ତିନୋଟି ଟିଏଲ୍ଏମ୍ ନିର୍ମାତାଙ୍କୁ ସମ୍ମାନୀତ କରିବା ସହ ସମସ୍ତ ଅଂଶଗ୍ରହଣକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ