April 19, 2025

ବୁଗୁଡ଼ାରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ 

Share

ବୁଗୁଡ଼ା : ତା ୧୭/୦୪/୨୫ : ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୮ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ବ୍ଲକ କାର୍ଯ୍ଯାଳୟ ଏବଂ ନୂଆଁ ବସଷ୍ଟାଣ୍ଡ ପରିସରସ୍ଥ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ ସାଙ୍ଗକୁ ତାଙ୍କର ବିଚାରଧାରା , ତ୍ଯାଗ , ସେବା , ସଂଗ୍ରାମ ଓ ସ୍ବାଭିମାନରେ ବ୍ରତୀ ହେବାକୁ ବିଜେଡି ପକ୍ଷରୁ ଶପଥ ଗ୍ରହଣ କରାଯାଇଥିଲା । ଏଥି ସହ ଅନେକ ଦଳୀୟ ନେତା ଓ କର୍ମୀ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସେଠାରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ , ପୂର୍ବତନ ସରପଞ୍ଚ କବିରାଜ ଗୌଡ , ପ୍ରାକ୍ତନ ସମିତି ସଭ୍ୟ ମକୁନ୍ଦ ନାୟକ, ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ,ଗୋପୀନାଥ ସ୍ବାଇଁ, ବରୁଣ ସେନାପତି, କେ.ତ୍ରିଲୋଚନ ଦୋରା , ମନୋରଞ୍ଜନ ଦାଶ, ଅମରେନ୍ଦ୍ର ସେନାପତି, ନାରାୟଣ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି , ଦଳୀୟ କର୍ମକର୍ତ୍ତା ଓ କର୍ମୀ ସାମିଲ୍ ରହିଥିଲେ ।