ଲାଞ୍ଜିଗଡ଼ରେ ଷୋହଳ ପ୍ରହର ନାମ ଯଜ୍ଞ

ଲାଞ୍ଜିଗଡ଼ – (ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ରେ ଷୋହଳ ପ୍ରହର ନାମଯଜ୍ଞ ବଜାର ପଡ଼ା ସ୍ଥିତ ସାପ୍ତାହିକ ହାଟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏଥିପାଇଁ ରବିବାର ଅପରାହ୍ନରେ ଏକ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା l ଏହି କଳସ ଯାତ୍ରାରେ ଶତାଧିକ ମହିଳାଙ୍କର ସମାବେଶ ହୋଇଥିଲା l ଏହି ଦିନ ଅଧିବାସ ପର୍ବ ଅନୁଷ୍ଠିତ ହୋଇଥିଲା l ସୋମବାର ପାତଃ କାଳରୁ ନାମଯଜ୍ଞ ଆରମ୍ଭ ହୋଇଥିଲା l ଏହି ନାମ ଯଜ୍ଞରେ ନଅଟି ସଂକୀର୍ତନ ଦଳ ଭାଗ ନେଇଥିଲେ l ସେଗୁଡ଼ିକ ହେଲା – ଶ୍ରୀ ଜଗନ୍ନାଥ ସଂକୀର୍ତନ ମଣ୍ଡଳୀ, ଲାଞ୍ଜିଗଡ଼, ଚୈତନ୍ୟ ସଂକୀର୍ତ୍ତନ ମଣ୍ଡଳୀ, ଜୁଡ଼ାବନ୍ଧ, ତ୍ରିନାଥ ସଂକୀର୍ତ୍ତନ ମଣ୍ଡଳୀ, ନର୍ଲା,ଚକାଡୋଳା ସଂକୀର୍ତ୍ତନ ମଣ୍ଡଳୀ, କୁନ୍ଦାଲିମ,ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ, ଏଙ୍କନାଗୁଡ଼ା, କୁର୍ଲୁଭଟା ମହିଳା ସଂକୀର୍ତ୍ତନ ମଣ୍ଡଳୀ, ନୀଳମାଧବ ସଂକୀର୍ତ୍ତନ ମଣ୍ଡଳୀ, ପାଣ୍ଡେସରା,ବାଲସି ମହିଳା ସଂକୀର୍ତ୍ତନ ମଣ୍ଡଳୀ ଓ ଗୌରହରି ସଂକୀର୍ତ୍ତନ ମଣ୍ଡଳୀ ପାଇକମାଲ l
ଏହି ନାମଯଜ୍ଞରେ ଲାଞ୍ଜିଗଡ଼ ଏବଂ ଏହାର ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କର ସମାବେଶ ହୋଇଥିଲା l ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରା ଯାଇଥିଲା l ବୁଧବାର ଦିନ ସକାଳୁ ପୂର୍ଣ୍ଣାହୂତି ଓ ଦଧି ହାଣ୍ଡି ଭାଙ୍ଗିବା ସହ ନଗର କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା l ଶାନ୍ତି ଶୃଙ୍ଖଳାର ସହ ନାମଯଜ୍ଞ ସମାପନ ହୋଇଥିଲା l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର