ପ୍ରଥମ ଦିନରେ ବାଜି ମାରିନେଲା ଜିପି ବ୍ଲାଷ୍ଟରସ କ୍ଳବ
ପୁରୀର ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ଚାରିଦିନ ଧରି ଦ୍ଵିତୀୟ କୁନାମଣି ଖୁଣ୍ଟିଆ ଅଲ ଓଡିଶା ପୁରୀ ଲିଜେଣ୍ଡ୍ସ କପ ୨୦୨୬ କୁନାମଣିଙ୍କ ପୁତ୍ର ମାଧବ ଖୁଣ୍ଟିଆଙ୍କ ଅଧକ୍ଷତାରେ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ଅଲମ୍ପିକ ର କୋଷାଧକ୍ଷ ରବିନାରାୟଣ ପ୍ରତିହାରୀ, ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଦସ୍ୟ ମଧୁସୂଦନ ସିଂହାରୀ ଓ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଖେଳାଳି ମାନଙ୍କ ସହିତ ପରିଚିତ ହୋଇ କରମର୍ଦନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଆଜି ପ୍ରଥମ ଦିନରେ ଆୟୋଜକ ଟିମ ଜିପି ବ୍ଲାଷ୍ଟରସ ସହିତ କଟକର ଶ୍ରୀଜଗନ୍ନାଥ କ୍ରିକେଟ କ୍ଳବ ମଧ୍ୟରେ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଶ୍ରୀଜଗନ୍ନାଥ କ୍ରିକେଟ କ୍ଳବ କଟକ ନିର୍ଦ୍ଧାରିତ କୋଡିଏ ଓଭରରେ ପାଞ୍ଚ ଉଇକେଟ ହରାଇ ୧୭୫ ରନ କରିଥିଲେ l ଜିପି ବ୍ଲାଷ୍ଟରସ କୋଡିଏ ଓଭରରେ ୧୭୫ ର ପିଛାକରି ତିନି ଉଇକେଟ ହରାଇ ୧୭. ୩ ଓଭରରେ ମ୍ୟାଚ ଜିତି ନେଇଥିଲେ l ଟିମ ର ଦୀପକ ସାହୁ ୫୫ ବଲରେ ୧୦୮ ରନ କରି ଟିମ କୁ ଜିତାଇବା ସହିତ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ l ଅନୁଷ୍ଠାନ ର ଅଧକ୍ଷ ସମସ୍ତ ଖେଳାଳିଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇବା ନିଜେବି ମ୍ୟାଚରେ ଅଂଶଗ୍ରହଣ କରି ଖେଳିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
