March 17, 2026

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ 

IMG-20260317-WA0002
Share

 

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ବକେୟା ଦରମା ବିଲ୍ କରାଇଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର କ୍ଲର୍କ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର। ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିବା ସହ ଟଙ୍କା ଜବତ କରିଛି। ସୂଚନା ଅନୁଯାୟୀ, ବରପାଲି ବିଇଓ ଅଫିସର ଜଣେ କର୍ମଚାରୀଙ୍କ ବକେୟା ଦରମା ବିଲ୍ ପ୍ରସ୍ତୁତ କରିବା ପାଇଁ ରଜନୀକାନ୍ତ ୬ ହଜାର ଟଙ୍କା ଦାବି କରିଥିଲେ। ସଂପୃକ୍ତ କର୍ମଚାରୀ ଜଣକ ବାରମ୍ବାର ଅନୁରୋଧ କରିଥିଲେ ହେଁ ଲାଞ୍ଚ ନମିଳିବା ପର୍ଯ୍ୟନ୍ତ ରଜନୀକାନ୍ତ କୌଣସି ପଦକ୍ଷେପ ନେଇନଥିଲେ। ଶେଷରେ ଏନେଇ ସଂପୃକ୍ତ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ, ଆଜି ଅଭିଯୋଗକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ରଜନୀକାନ୍ତଙ୍କୁ ଗିରଫ କରିଥିଲା। ଏହାସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଓ ଯାଞ୍ଚ ଜାରି ରହିଛି।