ଜମୁଛି ଐତିହାସିକ ପତିରାଜପୁର ମେଳନ ଉତ୍ସବ
ବାଲେଶ୍ୱର( ଦେବାଶିଷ ଦାଶ )
ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପତିରାଜପୁର ମେଳଣ ପର୍ବ ଏଅଞ୍ଚଳର ଗର୍ବ ଓ ଗୌରବ !ଐତିହାସିକ ରାଧା କୃଷ୍ଣଙ୍କ ମେଳନ ପର୍ବ ପୁର୍ଣିମା ଦିନ ଠାକୁର ବିମାନ ଯୋଗେ ସମସ୍ତ ବାଣ ରୋଷଣୀ. ଫୁଟାଇ ବାଦ୍ୟଯନ୍ତ୍ରର ତାଳେ ତାଳେ ନାଚ ଗୀତ କରି ୧୫ ଦିନ ମେଳଣ ପାଚେରୀ ବେଢାରେ ଅବସ୍ଥାନ କରିଥାନ୍ତି !ପରଦିନ ସକାଳେ ଗୋବିନ୍ଦ ମହାପ୍ରଭୁ ଆସିବା କ୍ଷଣୀ ତାଙ୍କ ପାଖରେ ଭୋଗ ରାଗ ପାଇଁ ଅଧିକ ଭିଡ଼ ଲାଗିଯାଏ ! ମେଳଣ ପଡିଆର ଚତୁର୍ପାଶ୍ୱରେ ଲୁହା, ତମ୍ବା, ସିଲଭର, କଂଶା, ଲୁଗା ଦୁକାନ ସହିତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଆଦି ଧାଡି କୁ ଧାଡି ବିକ୍ରି କରିଥିଲେ !ଘରୋଇ ଉପକରଣ କାଠ, ବାଉଁଶ, ବେତରେ ତିଆରି ସୁନ୍ଦର ସୁନ୍ଦର ଜାଳିପାଛିଆ, ବୋଝ ଇତ୍ୟାଦିର ବିକ୍ରି ସହିତ ଦୋଳି ଖେଳ ଓ ସ୍ୱାଦିଷ୍ଟ. ଖାଦ୍ୟର ମଜା ଛୋଟ ପିଲାମାନେ ଲୋକମାନେ ଖରିଦ କରିଥିଲେ !ରାଧା କୃଷ୍ଣଙ୍କ ରଙ୍ଗର ପର୍ବ ହୋଲି ପର୍ବର ରଙ୍ଗ ଖେଳି ଠାକୁର ପୁନଃ ସ୍ୱସ୍ଥାନ ପ୍ରତ୍ୟାବର୍ତନ କରିଥିଲେ !ଏହି ଐତିହାସିକ ମେଲନ ଯାତ୍ରାକୁ ମେଳନ କମିଟି ଓ ପ୍ରଶାସନର ଉଦ୍ୟମରେ ଖୁଵ ଶାନ୍ତି ଶୃଙ୍ଖଳାର ସହିତ ହୋଲି ପାଳନ ହେଉଅଛି .
