କୋକଲୁଣ୍ଡା ବାବା ବିଶ୍ୱନାଥ କ୍ରିକେଟ୍ କ୍ଲବ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବେଲଗୁଣ୍ଠା, 17/03, ବେଲଗୁଣ୍ଠା ବ୍ଳକ୍ କୋକଲୁଣ୍ଡା ବାବା ବିଶ୍ୱନାଥ କ୍ରିକେଟ୍ କ୍ଲବ ତରଫରୁ ଏକ ସାର୍କିଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ ଯୋଗା ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ, ସମାଜସେବୀ ପ୍ରଦୀପ୍ ସାମଲ୍, ବୁଲୁ ସେଠୀ, ଆଶୁତୋଷ ପ୍ରଧାନ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଟୁର୍ଣ୍ଣାମେଣ୍ଟରେ ଘୁ.ନୁଆଁଗାଆଁ ଘୁମୁସର-11 ଟିମ୍ ବିଜେତା ହୋଇଥିବା ବେଳେ ବେଲଗୁଣ୍ଠା କ୍ରିକେଟ୍ ଟିମ୍ ଉପ ବିଜେତା ହୋଇଥିଲା I ସେହିପରି ଟୁର୍ଣ୍ଣାମେଣ୍ଟର ମ୍ୟାନ୍ ଅଫ ଦି ସିରିଜ୍ ରୂପେ ରାଜା, ଶ୍ରେଷ୍ଠ ବୋଲର୍ ରୂପେ ତପନ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ରାଜେଶ୍ ବରାଡ଼ଙ୍କୁ ପୁରସ୍କୃତ କରାଯାଇଥିଲା I ବାବା ବିଶ୍ୱନାଥ କ୍ରିକେଟ୍ କ୍ଲବ ସଦସ୍ୟ ବିଶ୍ଵପ୍ରକାଶ, କୋକ, ବାବୁ, ଶୁଭମ୍, ରୁଦ୍ର, ସୁନିଲ୍, ସାନୁ, ମନୋଜ, ରଞ୍ଜନ ଏବଂ ଟୁର୍ଣ୍ଣାମେଣ୍ଟ ଉପଦେଷ୍ଟା ବାଳକୃଷ୍ଣ ସାମଲ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ